ଈଶ୍ବରଙ୍କ ସୃଷ୍ଟି
ଈଶ୍ବରଙ୍କ ସୃଷ୍ଟି
1 min
156
ପ୍ରଭୁ ତୁମ ସୃଷ୍ଟି ଏତେ ମନୋହର
ଦେଖି ଏ ସଂସାର ହୁଏ ଆଚମ୍ବିତ ।
ନ ରଖିଛ ବାକି କିଛି ଗଢ଼ିବାକୁ
ନ କରିଛ ଊଣା କିଛି ଦେବାକୁ ।
ଆଜି ଅଛି ଜୀବନ କାଲିକୁ ନଥିବ
ହେଲେ ଏ ସୃଷ୍ଟି ସମ୍ଭାର ଚମକୁଥିବ ।
କେତେ ଯେ ଯତନେ ଗଢ଼ିଛ ସବୁ
କେତେ ଯେ ପ୍ରେମରେ ପାଳିଛ ଆମକୁ ।
ତୁମେ ହିଁ ବୁଦ୍ଧି ତୁମେ ହିଁ ସିଦ୍ଧି
ତୁମ ବିନା ସବୁ ଶୂନ୍ୟ ଠୁ ବଳି ।
କେବେ ଉତ୍ଥାନ କେବେ ପତନ
ମଣିଷ ଜୀବନେ ଆସେ ପ୍ରତିକ୍ଷଣ ।
ହେଲେ ଏ ସଂସାର ଗଢିଛ ଏମିତି
ସବୁଠି ଲୁଚିଛି କେବଳ ଉନ୍ନତି ।
ତୁମ ସୃଷ୍ଟିର ଯେ ନାହିଁ ପରିମାପ
ଯେଉଁଠି ଦେଖିବ ସେଇଠି ଚମତ୍କାର ।
