STORYMIRROR

RUNALAILA MOHANTA

Others

3  

RUNALAILA MOHANTA

Others

ଡ଼ିସେମ୍ବର

ଡ଼ିସେମ୍ବର

1 min
128


ବରଷକ ପରା ବାରମାସ 

      ସେ ମାସରେ ଶେଷ ଡିସେମ୍ବର।


ସେ ବରଷଯାକରେ ଆସେ 

       କିଛି ଖୁସି ଆଉ କିଛି ଦୁଃଖ।


ସବୁକୁ ଭୁଲି ବଣଭୋଜିରେ କରୁ

           କେତେ ମନ ମଉଜ।


ଦୁଃଖ ଥାଏ କିଛି ବରଷ ସରିବାର

    ପୁଣି ଖୁସି ଥାଏ ନୂଆ ବରଷ ଆସିବାର।


କିଛି ସ୍ମୃତିକୁ ଭୁଲି କିଛି କୁ ସାଉଁଟି

      ପ୍ରସ୍ତୁତ ହୁଏ ମନ ଆଗକୁ ବଢ଼ିବାର।


ଭାବିଥାଉ ଯେତେ ବୁଲିବାକୁ ନୂଆ ଜାଗା

  ବରଷ ଶେଷେ ବାହାରିପଡୁ ହୋଇ ସଜାଗ।


ନା ଥାଏ ଖର୍ଚ୍ଚର ଭୟ ନା ଆୟର ଚିନ୍ତା

  ଥାଏ ଖାଲି ମନରେ ଅନୁଭୂତିକୁ ବାନ୍ଧି ରଖିବାର।


ପାଣି ପବନର ଥଣ୍ଡା ଥଣ୍ଡା ବାତାବରଣେ

       ଚଞ୍ଚଳ ମନ ମଧ୍ୟ ହୁଏ ଶୀତଳ।


ସତେ ଯେମିତି ବରଷ ଯାକର ଥକ୍କା ମେଣ୍ଟାଏ

          ଶେଷ ମାସର ସେଇ ଭ୍ରମଣ।


ସବୁରି ଅନ୍ତରେ ଉଜ୍ଜଳ ଭବିଷ୍ୟର କାମନା କରି

        ନୂତନ ବରଷକୁ କରୁ ସୁୁସ୍ବାଗତ ।


           



Rate this content
Log in