STORYMIRROR

RUNALAILA MOHANTA

Others

3  

RUNALAILA MOHANTA

Others

ମା ସରସ୍ଵତୀ

ମା ସରସ୍ଵତୀ

1 min
136

ଜୟ ମା ସରସ୍ଵତୀ ଜଗତ ଜନନୀ

ଜ୍ଞାନର ଆଲୋକ ଦେଉ ତୁହି ମହାମାୟୀ

ତୋ ପାଦ ପଦ୍ମରୁ ମା କରୁଛି ଆରମ୍ଭ

ଭୁଲ୍ ଥିଲେ କ୍ଷମା ଦେବୁ ମାତା ମୋହର

ଶ୍ଵେତ ପଦ୍ମେ ଶ୍ୱେତ ବସ୍ତ୍ର ପରିଧାନ କରି

ନିର୍ମଳ ମନେ ବସିଥାଉ ଦେବୀ ବୁଦ୍ଧିମତୀ

ହସ୍ତେ ତୋର ବୀଣା ସଦା ଶୋଭା ପାଉଥାଏ

ଗୀତ ସ୍ୱର ତାଳ ସବୁ ତୋହରି ଭିତରେ

କଣ୍ଠରୁ ତୋ ବେଦ ଝରେ ମଧୁର ବଚନେ

ଜ୍ଞାନମୟୀ ତେଜମୟୀ ଦେବୀ ବିଦ୍ୟାଦାତ୍ରୀ

ସଂସାରରେ ସିଞ୍ଚି ଦେ ମା

ତୋ ବିଦ୍ୟା ଭଣ୍ଡାରରୁ କିଛି

ତୋ ଆଶୀର୍ବାଦ ମିଳିଲେ ମା ପାଇବି ଉଦ୍ଧାର

ଜ୍ଞାନୀ ଗଣେ ଗଣି ହେବି ଜାଣିବ ଜଗତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍