STORYMIRROR

RUNALAILA MOHANTA

Drama Others Children

3  

RUNALAILA MOHANTA

Drama Others Children

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
252


        ଏ ନୁହେଁ ସାଧାରଣ ପୂର୍ଣ୍ଣିମା

         ଏ ପରା ରାକ୍ଷୀ ପୂର୍ଣ୍ଣିମା

      ଭାଇ ଭଉଣୀଙ୍କ ବରଷର ରୋଷ

        ଅନ୍ତ ଘଟାଏ ଏ ପୂର୍ଣ୍ଣିମା ଏକ

        ଚନ୍ଦନ ସିନ୍ଦୂର ଅରୁଆ ଧୁବ

      ରଖିଥାଏ ଭଉଣୀ ସଜେଇ ଏକତ୍ର

       ମୁହଁ ମିଠା କରାଏ ଭାଇକୁ ତାର

       ହାତରେ ବାନ୍ଧି ଶରଧାର ଡୋର

      ଉପରେ ମାଗେ ସିନା ପାଉଣା ତାର

        ହେଲେ ଭିତରୁ ଖୋଜୁ ଥାଏ

       ସବୁଦିନ ପାଇଁ ସେନେହ ତାର

           ଆଉ କିଏ ରାଗିଲେ

           ତାକୁ ଲାଗେନା କିଛି

        ହେଲେ ଭାଇ ଟିକେ କହିଲେ

            ଯାଏ ସେ ରୁଷି

        ଡରେନା କେବେ କାହାକୁ ସେ

         ପଛରେ ଅଛି ଭାଇ ତାର

        ନିର୍ଭୟରେ ଆଗକୁ ବଢି ଯାଏ

         ରଖି ତା ଉପରେ ବିଶ୍ୱାସ

          ଯଦି କେବେ ଝୁଣ୍ଟି ଯିବ

        ସମ୍ଭାଳିବାକୁ ଅଛି ଭାଇ ତାର

        ଯାହା ପାରନ୍ତି ନାହିଁ ବୁଝି କେହି

        ସେକଥା ବୁଝିଥାଏ ତାର ଭାଇ

        ଭଉଣୀ କେବେ ଖାଏନା ଏକା

       ଭାଇ ପାଇଁ ତାର ରଖିଥାଏ ସଦା

         ସିଏ ଯେତେ ରାଗୁ ପଛେ

             ଭାଇକୁ ତାର

           ଆଉ କେହି କହିଲେ

           ସହେନା ଟିକିଏ ଜାଣ

         କ୍ଷଣିକର ଅଳି ଦୁହିଁଙ୍କ କଳି

        ପ୍ରେମରେ ଭରା ତାଙ୍କ କାହାଣୀ

      ବରଷକେ ଥରେ ଆସେ ତାଙ୍କ ଦିନ

       ଖୁସିରେ ପୂରିଯାଏ ସଭିଙ୍କ ମନ

      ରାକ୍ଷୀ ନୁହେଁ ଏକ ସାଧାରଣ ବନ୍ଧନ

          ଭାଇ ଭଉଣୀଙ୍କ ଏ ତ

        ସ୍ନେହ ଶ୍ରଦ୍ଧାର ଟାଣ ବନ୍ଧନ ।

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama