ମୋ ପ୍ରିୟା
ମୋ ପ୍ରିୟା
ପ୍ରିୟା ଗୋ ତୁମେ କି ପରୀ ରାଇଜର
କଥାକୁହା ପରୀଟିଏ
ତୁମ ରୂପଲାବଣ୍ୟ ମନ କିଣଇ
କିଏ ସେ ଗଢିଲା ହାଏ !
ତୁମ ଟଣାଟଣା ଆଖି ମନଜିଣେ
ଲୁଚେଇବାକୁ ମନ ହୃଦୟ କୋଣେ ।
ଚାନ୍ଦକୁ କି ସତେ ପାଇବ ଚକୋର
ହୋଇବ କି କେବେ ମିଳନ ଆମର ?
ପ୍ରିୟା ଗୋ ତୁମେ କି ସତେ ସମ୍ମୋହିନୀ
କରିପାର ସମ୍ମୋହନ
ତୁମ ଲମ୍ବାବେଣୀର ସେ କାଳିମାରେ
ହଜିଯାଏ ମୋର ମନ।
ଆହତ କରେ ତୁମ ଚାହାଣି ତୀର
ମିଶେଇ ପାରେନି ମୁଁ କେବେ ନଜର ।
ନୟନଧାରେ ସେହି କଜଳଗାର
କି ଉପମା ଦେବି ଗୋ ତୁମ ରୂପର ?
ପ୍ରିୟା ଗୋ ତୁ
ମେ କି ସରଗପୁରୀର
ମନଲୋଭା ପାରିଜାତ
ମନ ଉପବନେ ପ୍ରସ୍ଫୁଟିତ ହୁଅ
ହେଉ ମୋ ସପନ ସତ।
ତୁମ ସୁଗନ୍ଧେ ମହକୁ ତନୁମନ
ଶାନ୍ତହେଇ ଯାଉଥରେ ମୋ ପରାଣ ।
ଦୂରେଇ ଯାଉ ଗୋ ବିରହଫଗୁଣ
ହେଇଯାଉ ଦୁଇମନର ମିଳନ।
ପ୍ରିୟା ଗୋ ତୁମେ ଘନବନାନୀ ଭରା
ଦେଶେ ପାହାଡୀ ଝରଣା
କୁଳୁକୁଳୁ ନାଦେ ପ୍ରକମ୍ପିତ କର
କରିଦିଅ ଆନମନା।
ସେ ଝରଣା ଜଳେ ଭିଜିବାକୁ ମନା
ହେଲେ ବି ଏ ଅବୁଝା ମନ ବୁଝେନା ।
ଏବେ ବି ରହିଛି ଗୋ ମୁଁ ପ୍ରତୀକ୍ଷାରେ
ଚାତକ ଯେମନ୍ତେ ବରଷାକୁ ଝୁରେ ।