ମୋ କାଳିଆ ସୁନା
ମୋ କାଳିଆ ସୁନା


ତୁ କଳାକାହ୍ନୁ ବୋଲି ଜାଣେ ଜଗତ,
ତୋ ଅପାର ମହିମା ବିଶ୍ୱ ବିଖ୍ୟାତ ।
କାହା ପାଇଁ ମିଛ କାହାପାଇଁ ସତ,
ଭାବରେ ବନ୍ଧା ତୁ ଭକତର ମିତ।
ତୋରି ପାଇଁ ମୁଁ ଆଜି ଜୀଇଛି ସିନା,
ମୋ କାଳିଆ ସୁନା, ମୋ କାଳିଆ ସୁନା ।
ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି ,
ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି ?
ଭୋକ ବିକଳେ ଗରିବ ଆଖି ବୁଜେ,
ତୋ କରୁଣା ବାରିଧାରା କିଆଁ ହଜେ ?
ଚଳିବନି ରେ ତୋର କିଛି ବାହାନା,
ମୋ କାଳିଆ ସୁନା,ମୋ କାଳିଆ ସୁନା ।
ମାଆ କୋଳୁ ପୁଅ ତ ଯାଏ ଦୂରେଇ,
ସଧବା ସିନ୍ଦୂର ଅବେଳେ ହଜଇ।
ବୋଝ ପରେ ନ
ଳିତାବିଡା କାହିଁକି ?
ସତେ କି ତୁହି ପାଷାଣ ସାଜିଲୁ କି?
ଦୁଃଖ ଲଫାପାରେ ତୁ ସୁଖ ଠିକଣା,
ମୋ କାଳିଆ ସୁନା, ମୋ କାଳିଆ ସୁନା ।
ଜଗତେ ପଡିଛି ଆଜି ହାହାକାର,
ଶୁଭୁନି କି ତୁହି ହେଲୁ କି ବଧିର ।
ରୋଗଶୋକେ ସଭିଏଁ ପରା ଅଥୟ,
କୃପା କରଟିକେ ଦୂରେଇ ଦେ ଭୟ।
ସବୁ ଜାଣି କାହିଁ ହେଉରେ ଅଜଣା,
ମୋ କାଳିଆ ସୁନା,ମୋ କାଳିଆ ସୁନା ।
କଳହ ସବୁଠି ତ ହିଂସା ଭାବନା,
ଧରଣୀ ବି ଅତିଷ୍ଠ ସହି ପାରେନା।
ଅଚିନ୍ତା ନିଦରେ ତୁ ବଡଦେଉଳେ ,
ନିଦ ଭାଙ୍ଗୁନାହିଁ କି କ୍ରନ୍ଦନରୋଳେ ।
ଶାନ୍ତି ଫେରେଇଦେ ତୁ କରନି ମନା,
ମୋ କାଳିଆ ସୁନା,ମୋ କାଳିଆ ସୁନା ।