ପରିଚୟ
ପରିଚୟ


ଅନାଥାଶ୍ରମରେ ପାଳିତ ଶିଶୁ ମନରେ
ଅସମାହିତ ପ୍ରଶ୍ନଗୁଚ୍ଛ
କ'ଣ ତା'ର ପରିଚୟ?
ବାପାମାଆଙ୍କ ବିନା ସଂସାରରେ
ନିଜର ଅସ୍ତିତ୍ବ ଖୋଜିବା
କ'ଣ ଏତେ ସହଜ
ଅପମାନର ଭୟରେ ହଜିଯାଏ ପରିଚୟ
ବୃଦ୍ଧାଶ୍ରମରେ ସ୍ଥାନପାଇଥିବା
ଜୀବନର ଅପରାହ୍ନରେ ଉପନୀତ
ଦମ୍ପତିଙ୍କୁବି ଭୟ ଲାଗେ
ଦେବାକୁ ପରିଚୟ ,
କାଳେ ସେମାନଙ୍କ ସନ୍ତାନର
ସମ୍ମାନରେ ଆସିବ ଆଞ୍ଚ୍ ?
ମନ୍ଦିର ପ୍ରାଙ୍ଗଣରେ ଭିକ୍ଷାବୃତ୍ତି କରି
ପେଟ ପୋଷୁଥିବା ଭିକାରି ଭିକାରୁଣିଙ୍କର
ପରିଚୟ ହଜିଯାଏ
ବିକାଶଶୀଳ ସଭ୍ୟତାର ଅନ୍ଧକାର ଗଳିରେ
ଦାରିଦ୍ର୍ୟତାର ପଶାଖେଳରେ
ହଜିଯାଏ ତାଙ୍କ ପରିଚୟ ।