STORYMIRROR

janmajaya nayak

Drama Tragedy Inspirational

3  

janmajaya nayak

Drama Tragedy Inspirational

ପରିଚୟ

ପରିଚୟ

1 min
216


ଅନାଥାଶ୍ରମରେ ପାଳିତ ଶିଶୁ ମନରେ 

ଅସମାହିତ ପ୍ରଶ୍ନଗୁଚ୍ଛ

କ'ଣ ତା'ର ପରିଚୟ?

ବାପାମାଆଙ୍କ ବିନା ସଂସାରରେ

ନିଜର ଅସ୍ତିତ୍ବ ଖୋଜିବା

କ'ଣ ଏତେ ସହଜ

ଅପମାନର ଭୟରେ ହଜିଯାଏ ପରିଚୟ


ବୃଦ୍ଧାଶ୍ରମରେ ସ୍ଥାନପାଇଥିବା

ଜୀବନର ଅପରାହ୍ନରେ ଉପନୀତ

ଦମ୍ପତିଙ୍କୁବି ଭୟ ଲାଗେ 

ଦେବାକୁ ପରିଚୟ ,

କାଳେ ସେମାନଙ୍କ ସନ୍ତାନର

ସମ୍ମାନରେ ଆସିବ ଆଞ୍ଚ୍ ?


ମନ୍ଦିର ପ୍ରାଙ୍ଗଣରେ ଭିକ୍ଷାବୃତ୍ତି କରି 

ପେଟ ପୋଷୁଥିବା ଭିକାରି ଭିକାରୁଣିଙ୍କର 

ପରିଚୟ ହଜିଯାଏ

ବିକାଶଶୀଳ ସଭ୍ୟତାର ଅନ୍ଧକାର ଗଳିରେ

ଦାରିଦ୍ର୍ୟତାର ପଶାଖେଳରେ 

ହଜିଯାଏ ତାଙ୍କ ପରିଚୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama