ଅଲୋଡା
ଅଲୋଡା
ସ୍ୱାର୍ଥ ସରିଗଲେ କିଏ ବା କାହାର
ମିଛ ମୋହ ମାୟାର ଏହି ସଂସାର ।
ଝରଇ ଝରାଫୁଲ ଅଲୋଡ଼ା ହୋଇ
ଝରାଫୁଲ ବିଭୁ ଶିରେ ନ ଶୋଭଇ ।୧।
ଅଲୋଡ଼ା ଜନ୍ମରୁ ଶ୍ମଶାନ ତୁଳସୀ
ବେଦନା ଲୁଚାଇ ଦେଉଥାଏ ହସି ।
ସଂପର୍କ ମିଛ ସ୍ନେହ ଶରଧା ମିଛ
ଫଳ ସରିଗଲେ ପର ହୁଅଇ ଗଛ ।୨।
ହସ ବୁଣିଦିଏ ଓଠ କିଆରିରେ
ଦୁଃଖ ଲୁଚାଏ ତା' ଚିରା ପଣତରେ ।
ନିଜେ ଉପାସେ ରହି ସିଏ ଖୁଆଏ
ସେ ସନ୍ତାନ ବଡ଼ ହୋଇ ଭୁଲିଯାଏ ।୩।
ସେ ମା'ର ପଣତ ଅଲୋଡ଼ା ହୁଅଇ
ବିଳାସ ବ୍ୟସନେ ସନ୍ତାନ ରହଇ ।
ବିଲାତି କୁକୁର କୋଳରେ ଶୁଅଇ
ଜନ୍ମଦାତ୍ରୀ ମାଆ କୁଟୀରେ କାନ୍ଦଇ ।୪।
କଂସାରି ହାତେ ବୁଢ଼ୀ ଗାଈକୁ ବିକି
କି ଲାଭ ମନ୍ଦିରରେ ଧର୍ମ କରିକି ?
ଅଲୋଡ଼ା ଭାବି ବୃଦ୍ଧା ବାପାମାଆଙ୍କୁ
ସ୍ୱର୍ଣ୍ଣ ଦାନ କାହିଁ କର ଭିକ୍ଷୁକକୁ ?।୫।