STORYMIRROR

janmajaya nayak

Drama Action Others

3  

janmajaya nayak

Drama Action Others

ସପନ ଏକ ମରୀଚିକା

ସପନ ଏକ ମରୀଚିକା

1 min
138

କେବେ ଧନୀକୁ ସଜାଏ ଭିକାରି,

କେବେ ଦରିଦ୍ରବି ହୁଏ ରାଜକୁମାର,

ସତରେ ଏ ସପନ ଗୋଟେ ମରୀଚିକା 

ମିଛ ଆଶାର ସୌଧ ଗଢେ

ନିମିଷକେ ଭାଙ୍ଗିଯାଏ ବାଲିଘର ପରି

ସପନ ନସରୁଣୁ ପାହେ ରାତି ।


ଭାରି ସ୍ୱାର୍ଥପର ଏ ସପନ,

କ୍ଷୁଧାର୍ତ୍ତ କୁ ରଖିଦିଏ ଭୋକିଲା

ତୃଷାର୍ତ୍ତ ମୁହଁ ରୁ ଛଡ଼ାଇନିଏ ଜଳ 

କାହିଁକି ଆଖି ସିନ୍ଦୂକର ପହଡ ପଡିବାପରେ 

ଆସି ମନ ଭିତରେ ଜାଗା କିଣିନିଏ

ପୁଣି ଧୋକା ଦେଇ ଫେରିଯାଏ ତା ବାଟେ ।


ବିଚରା ନିରୀହ ମଣିଷଟା ହାରେ

ମାୟା ମରୀଚିକା ପଛେ ଧାଇଁ

ସପନ ସତ ହୁଏନି

ଖାଲି ଅବଶୋଷ ର ଚିହ୍ନ ରହିଯାଏ

ଭାଙ୍ଗିଯାଏ ମନର ଦମ୍ଭ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama