ସପନ ଏକ ମରୀଚିକା
ସପନ ଏକ ମରୀଚିକା


କେବେ ଧନୀକୁ ସଜାଏ ଭିକାରି,
କେବେ ଦରିଦ୍ରବି ହୁଏ ରାଜକୁମାର,
ସତରେ ଏ ସପନ ଗୋଟେ ମରୀଚିକା
ମିଛ ଆଶାର ସୌଧ ଗଢେ
ନିମିଷକେ ଭାଙ୍ଗିଯାଏ ବାଲିଘର ପରି
ସପନ ନସରୁଣୁ ପାହେ ରାତି ।
ଭାରି ସ୍ୱାର୍ଥପର ଏ ସପନ,
କ୍ଷୁଧାର୍ତ୍ତ କୁ ରଖିଦିଏ ଭୋକିଲା
ତୃଷାର୍ତ୍ତ ମୁହଁ ରୁ ଛଡ଼ାଇନିଏ ଜଳ
କାହିଁକି ଆଖି ସିନ୍ଦୂକର ପହଡ ପଡିବାପରେ
ଆସି ମନ ଭିତରେ ଜାଗା କିଣିନିଏ
ପୁଣି ଧୋକା ଦେଇ ଫେରିଯାଏ ତା ବାଟେ ।
ବିଚରା ନିରୀହ ମଣିଷଟା ହାରେ
ମାୟା ମରୀଚିକା ପଛେ ଧାଇଁ
ସପନ ସତ ହୁଏନି
ଖାଲି ଅବଶୋଷ ର ଚିହ୍ନ ରହିଯାଏ
ଭାଙ୍ଗିଯାଏ ମନର ଦମ୍ଭ ।