STORYMIRROR

Sabita Nayak

Inspirational

4  

Sabita Nayak

Inspirational

ବିଶ୍ଵାସ

ବିଶ୍ଵାସ

1 min
385

         


ବିଶ୍ବାସରେ ସୃଷ୍ଟି ବିଶ୍ବାସରେ ନାଶ 

ବିଶ୍ବାସ ସବୁର ମୂଳ 

ବିଶ୍ବାସ ସରିଲେ ସବୁ ତ ସରିଲା 

ନ ରହିବ ତାଳମେଳ ।୧।

ବିଶ୍ବାସକୁ ଭଙ୍ଗ କରେ ଯେଉଁ ନର 

ବିଶ୍ବାସଘାତକ କହି 

ଗୋପନେ ଗୋପନେ ଚେର କାଟିଦିଏ

ବଡ ଭୟାନକ ସେହି ।୨।

ଇତିହାସ କହେ ପୁରାଣ ବି କହେ 

ବିଶ୍ବାସଘାତକ ବିଷ

ଜୀବନରୁ ତାକୁ ମୂଳପୋଛ କର

ନହେଲେ ହେବୁ ହତାଶ ।୩।

ବିନାଶ କାଳରେ ବୁଦ୍ଧି ନ ଦିଶଇ

କେଡେ ହତଭାଗ୍ଯ ନର 

ଯିଏ ଲୁଟିଥାଏ ସୁଖ ଶିରୀ ଶାନ୍ତି 

ତା'ପାଦେ ପଶେ ଶରଣ ।୪।

ବିଶ୍ବାସଘାତକ କ୍ଷମା ଯୋଗ୍ଯ ନୁହେଁ 

କହୁଛି ପୁରାଣ ଶାସ୍ତ୍ର

ତଥାପି ଯେ ନର ତା'କୁ ଆପଣାଏ 

ଅକାରଣେ ହୁଏ ହତ।୫।

ହୁଅ ସାବଧାନ ଅମୃତ ସନ୍ତାନ 

ନିଜ ବିବେକକୁ ଧ୍ୟାନ 

ଧର୍ମ କର୍ମ କାମ ମୋକ୍ଷ ଚତୁଃବର୍ଗ

ଈଶ୍ବର ପ୍ରାପ୍ତିରେ ମନ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational