STORYMIRROR

Nibedita Panda

Inspirational

4  

Nibedita Panda

Inspirational

ନେତାଙ୍କର ନେତା ନେତାଜୀ

ନେତାଙ୍କର ନେତା ନେତାଜୀ

1 min
16


ବାସ୍ତବବାଦରେ ପ୍ରଗାଢ ବିଶ୍ୱାସୀ

       କର୍ତ୍ତବ୍ୟରେ ଏକନିଷ୍ଠ ,

ପ୍ରତୀକ୍ଷା ,ସମୀକ୍ଷା ,ପରୀକ୍ଷା ,ନିରୀକ୍ଷା

       ସବୁରେ ବଦ୍ଧ ବଳିଷ୍ଠ।

ବିଧିଦର୍ଶୀ ପୁଣି ବିଧିଜ୍ଞ ,ବିଧିତଃ

       ବୈଧାନିକ ପରିଷଦ ,

ଜୀବନରେ କେବେ ନଥିଲା ତୁମର

      ଅବଶୋଷ ,ଅବସାଦ।

କେବଳ ବ୍ୟକ୍ତିତ୍ବ ମହାନ ନଥିଲା

       ମହା ଜୀବନ ସଂହିତା,

ଜ୍ୟୋସ୍ନାରଜନୀର ଜ୍ୟୋସ୍ନାପକ୍ଷ ଜହ୍ନ

       ଜଗତେ ଜଗତଜିତା।

ତୁମ କଥା ଧାରେ ରନ୍ଧ୍ରେ ରନ୍ଧ୍ରେ ରମ୍ୟ

      ସଂସ୍କାରବାଦୀ ଚିନ୍ତନ ,

କୁସଂସ୍କାର ଅବା ଅପସଂସ୍କୃତିରେ

    ନଥିଲା ତ ତିଳେ ଧ୍ୟାନ।

ସ୍ବାଧୀନ ସଂଗ୍ରାମୀ ମହାମେରୁ ପରି

       ସଦା ସ୍ଥିର ,ସ୍ଥିତପ୍ରଜ୍ଞ ,

ଛତ୍ରଭଙ୍ଗ ନାହିଁ ଜାତକେ ତୁମର

      ସବୁଥିରେ ସୁ-ଅଭିଜ୍ଞ।

ନେତାଜୀ ତୁମର ବ୍ୟକ୍ତିତ୍ୱଟି ଥିଲା

     ସବୁ ଗୁଣରେ ନିପୁଣ ,

ବଳିଷ୍ଠ ବ୍ୟକ୍ତିତ୍ବ ଆଧାରେ ଆଣିଲ

     ଭାରତ ପାଇଁ ସୁଦିନ ।

ତୁମ ପାଇଁ ତୁମ କର୍ମ ହିଁ ଜୀବନ

     ବ୍ୟକ୍ତିତ୍ୱ ଥିଲା ନିଆରା ,

ବିଛିନ୍ନତାବାଦ ଠାରୁ ରହି ଦୂରେ ,

    ରଚିଗଲ ପରମ୍ପରା ।

ନେତାଙ୍କର ନେତା ନେତାଜୀ ହେ ତୁମେ

      ତୁମ ସ୍ଲୋଗାନ ମହାନ,

ରକ୍ତ ଦିଅ ମତେ ଦେବି ସ୍ବାଧୀନତା

       ବିସ୍ତବବାଦୀ ଚିନ୍ତନ।

ଆଜାଦ୍ ହିନ୍ଦ୍ ଫୈାଜ ଗଠନ କରି

     ଚଳାଇଲ ଅଭିଯାନ,

ଛତ୍ରଭଙ୍ଗ ଦେଲେ ବିଦେଶୀ ଇଂରେଜ

      ଦେଶ ହୋଇଲା ସ୍ବାଧୀନ।

ନେତାଜୀ ହେ ତୁମେ ଫେରିଆସ ପୁଣି

        ସନ୍ତାନ ହୋଇ ମାଟିର,

ସୁଧୁରି ଯିବ ଏ ଦୟନୀୟ ସ୍ଥିତି

         ସାର୍ବଜନୀନ ଏ ସ୍ବର।

    ନିବେଦିତା ପଣ୍ଡା,ରାଉରକେଲା

      କାରା କୁ କରି ବରଣ,

ଆଉ ଥରେ ତୁମେ ଜନ୍ମ ଲଭି ଆସ

      କରିବାକୁ ଜାଗରଣ।

ସୁଧୁରି ତ ଯିବ ଦୟନୀୟ ସ୍ଥିତି

       ଓଡ଼ିଶା ପ୍ରଦେଶର,

ଏହା ହିଁ କାମନା ସବୁ ଜନତାର

      ସାର୍ବଜନୀନ ଏ ସ୍ଵର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational