STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ପୁଣ୍ୟର ପସରା

ପୁଣ୍ୟର ପସରା

1 min
18


କଳ୍ପନାର ନେତ୍ରେ ଦେଖିଲି ଶ୍ରୀକ୍ଷେତ୍ର

ବଡ଼ଦାଣ୍ଡେ ତିନି ରଥ

ଭାଇ ଭଉଣୀ ଙ୍କୁ ସଙ୍ଗେ ଧରି ପ୍ରଭୁ

ନିଜେ ବିଜେ ଜଗନ୍ନାଥ

ସାଥିରେ ଅଛନ୍ତି ପଣ୍ଡା ପଢିହାରୀ

ସେବାୟତ ଦେବ ଦାସୀ

ଘଣ୍ଟୁଆ ବାଇଦ ଶୁଭ ଶଙ୍ଖନାଦ

ସର୍ବେ ଛନ୍ତି ମିଳିମିଶି ll


ତୁମରି ସେବାରେ ମହା ଆନନ୍ଦରେ

ସଭିଏଁ ଗାଆନ୍ତି ଗୀତ

କରିଛ କି ଲୀଳା ଆହେ ଚକା ଡୋଳା

ବିଶ୍ୱ ବ୍ୟାପୀ ତୁମ ଯାତ

ନାନା ରଙ୍ଗେ ଆଜି ଶୋଭା ପାଉ ଅଛି

ଶରଧା ବାଲିର ରୂପ

କିଏ କେତେ ସ୍ଵରେ ଡାକନ୍ତି ଅଧୀରେ

ଛଡ଼ାଇବା ପାଇଁ ପାପ ||


ପୁଣ୍ୟର ପସରା ପ୍ରାରବ୍ଧ ଇଶାରା

ଦେଇଯାଏ କହି କହି

ତଥାପି କେମିତି ତୁମଠି ବିଶ୍ୱାସ

କେତେ କାଳୁ ଅଛି ରହି

ତୁମେ ମହାବାହୁ କର ପ୍ରସାରିକି

ସଭିଙ୍କୁ ସୁରକ୍ଷା ଦିଅ

ତୁମରି ଆଜ୍ଞା ରେ ପ୍ରତି ହୃଦୟ ରେ

ଛୁଟାଇ ଭକ୍ତି ର ସୁଅ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational