STORYMIRROR

Goutam Mohanty

Inspirational

3  

Goutam Mohanty

Inspirational

#ପତିତ_ତାରାର_ଲୁହ..!***********

#ପତିତ_ତାରାର_ଲୁହ..!***********

1 min
247


ସେ ଦିନ

ଈଶ୍ୱରଙ୍କ ପାଖରେ

ତୁମକୁ ମାଗୁଥିଲି

ଆଉ

ତାରାଟିଏ ବି ଖସୁଥିଲା

ହଠାତ

ସେତେବେଳେ...!


ସେବେଠାରୁ

ମୋ ଆଖପାଖ ରେ

ଅସହ୍ୟ କାହିଁକି

ତୁମର ଏ

ଅଜବ ଉପସ୍ଥିତି..!


ତୁମେ ଆସୁଅଛ

ନା

ଅହେତୁକ ଅନ୍ୟ କିଛି..?


ଏବେ ସେପଟେ ଦୀର୍ଘ ନୀରବତା

ସେ ତାରାର ବି ଚିହ୍ନବର୍ଣ୍ଣ

ନ'ଥିଲା ଆଉ

ଯାହାକୁ ପଚାରିବାର ଥିଲା

ମୁଁ ମାଗିଥିବା ଭିକ୍ଷାର ପ୍ରାପ୍ତି କଥା,

ଆଉ କହିବାର ଥିଲା

ଏ ଶୁନଶାନ ପଣ ଲାଗି

ହୃଦୟରେ ମୋର କେତେ ବ୍ୟଥା...!


ସେଇ

ଜାଗତୀୟ ଦୃଶ୍ୟ ବେଳେ

ମୁଁ ମାଗିଥିବା ଭିକ୍ଷାର

ଯେହେତୁ

ଈଶ୍ୱର ହିଁ ଥିଲେ

ଏକମାତ୍ର ସାକ୍ଷୀ...


ପଚାରି ଦେଇଥିଲି ତାଙ୍କୁ

କୁହ ହେ ଈଶ୍ୱର

ବିରହରେ ଏମିତି ସର୍ବଦା

ନିଃସଙ୍ଗତା ଭୋଗୁଥିବି

ନା

ତଥାସ୍ତୁରେ

ଭିକ୍ଷାର ପ୍ରାପ୍ତିକୁ ଜୀଇଁବି..?

..

.

ତା'ପରେ...??!

...

ଈଶ୍ୱର ଆନମନା

କିଂକର୍ତ୍ତବ୍ୟବିମୂଢ ଦିଶୁଥିଲେ...


ଧୈର୍ଯ୍ୟର

ସୀମାରେଖାକୁ ଭୁଲି

ପୁଣି ପଚାରି ଦେଇଥିଲି

କୁହ ହେ ଈଶ୍ୱର...

ବିରହ, ବିଜନତା ଓ ଯନ୍ତ୍ରଣା

ଏସବୁ କିବା ଅନ୍ୟତମ ନାଁ


ଏ ଜୀବନର..?

...

.

ଛଳଛଳ ଆଖିରେ

ଈଶ୍ୱର କହିଥିଲେ...


ମୁଁ ଦେଖିଛି

ସେ ଦିନ

ତାରାଟି ଖସୁଥିବା ବେଳେ

ଠିକ୍ ତୋ ଭଳି

ତୋ ମନର ଈଶ୍ୱରୀ

ବି ହାତଯୋଡି

କରୁଥିଲା ମନୋସ୍କାମନାର ଅଳି...


ଅବଶ୍ୟ ସେ ଅଳିଟି କଣ

ଏବେ ବି ମୁଁ ଜାଣି ନାହିଁ...।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational