Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ଭାରି ବଢ଼ିଆ ମୋ ପ୍ରିୟ ସରକାର

ଭାରି ବଢ଼ିଆ ମୋ ପ୍ରିୟ ସରକାର

2 mins
571


ଭାରି ବଢ଼ିଆ ମୋ ପ୍ରିୟ ସର୍କାର

ଗରିବେ ଦିଅନ୍ତି ଯାହା ଦର୍କାର |


ଟଙ୍କାକେ ଦିଅନ୍ତି କିଲେ ଚାଉଳ

ପାଞ୍ଚଟି ଟଙ୍କାରେ ଭୋଜନ ଥାଳ |


ପଡ଼ି ଖଞ୍ଜିଛନ୍ତି ପରିବାରକୁ

ଯୋଗାଇଲେ ଚିନି କିରାସିନୀକୁ |


ଛତୁଆ କମଳ ଛତାକୁ ଜୋତା

ସାଇକେଲ ମଶାରିର ବ୍ୟବସ୍ଥା |


ଇନ୍ଦିରା ଆବାସ ବିଜୁଙ୍କ ପକ୍କା

କୋଠା ଦେଲେ ଗଲା ଛପର ଦକା |


ଉଜ୍ଜଳା ଗ୍ୟାସକୁ କୁଟୀର ଜ୍ୟୋତି

ପାଇପିରେ ପାଣି ଖଞ୍ଜି ଦିଅନ୍ତି |


ଶ୍ରମ କରିବା ମୋ ଯାତକେ ନାହିଁ

ଶ୍ରମିକ କାର୍ଡ ଅଛି ମୁଁ ପାଇ |


ରାସନ ସାଙ୍ଗକୁ ବିଜୁ କଲ୍ୟାଣ

ରୋଗପାଇଁ ନାହଁ ଚିନ୍ତା କାରଣ |


ପାଞ୍ଚ ଲକ୍ଷ ପ୍ରତି ପୁରୁଷ ପିଛା

ମହିଳାଙ୍କୁ ସାତ ଲକ୍ଷ ବ୍ୟବସ୍ଥା |


ଘରୁ ଦିନେ ଗୋଡ଼ କାଢ଼େନି ଯିଏ

ଘରଣୀ ଲେବର କାର୍ଡ ପାଏ |


ପାଇଲିଣି ଏବେ ବାର୍ଦ୍ଧକ୍ୟ ଭତ୍ତା

ମାସକୁ ମିଳୁଛି ପାଞ୍ଚଶ'ଟଙ୍କା |


ଭାରିଜା ମହିଳା ଭାଗବତରେ

ଭତ୍ତା ପାଉଛି ପାଳିଆ ଭାବରେ |


କଳାକାର ଭତ୍ତା ପାଉଛି ମୁହିଁ

ଗୀତ ପଦେ ବୋଲି ଆସଇନାହିଁ |


ବାଡ଼ି ଗୋବେ ଗୋବେ ବିଲ ମୋ ନାହିଁ

କାଳିଆ କିଷାନ ପାଉଛି ମୁହିଁ |


ଦିନେ ହେଲେ ଚାଷ କରିତ ନାହିଁ

ଭାଗ ଚାଷୀରେ ମୁଁ ଗଣା ହୁଅଇ |


କୃଷକ କମିଟି ସଦସ୍ୟ ମୁହିଁ

କୃଷିକାମ ମୋତେ ମାଲୁମ ନାହିଁ |


ମିଳିଛି ଦୁଇଟା ଇନ୍ଦିରାଵାସ

ପାଇଖାନା ପାଇ ହେଲି ଉଶ୍ୱାସ |


କେଡ଼େ ସୁଖ ଦେଲେ ଆମ ସର୍କାର

ବସି ଖାଇବାଟା ଭାଗ୍ୟ ଆମର |


ଜମିବାଡ଼ି ଯାର ବହଳ ଅଛି

ଖଟି ଖଟି ସିଏ ନିତି ମରୁଛି |


ମାଟି କାଦୁଅରେ ଖଟିବ କିଏ

ମିସ୍ତ୍ରୀ କାମ ଭାରି ଆନନ୍ଦ ଦିଏ |


ଦିନକୁ ମଜୁରୀ ତିନିଶ ଟଙ୍କା

ଦୁଇ ଦିନ ଖଟି ମାରଇ ଫାଙ୍କା |


ସର୍କାର ମଜୁରୀ ବଢ଼ାଉଛନ୍ତି

ଦିନେ କାମ କଲେ ଖର୍ଚ୍ଚକୁ ଅତି |


ଗୋଡ଼େ ଗୋଡ଼ ଲଦି ବସିବା ସାର

ଧନ୍ୟ ଧନ୍ୟ ପ୍ରିୟତମ ସର୍କାର |


ଭାରିଜା ମୋହର ଭାରି ଚତୁରୀ

କମିଟିରେ ଦିଏ ପଇସା ଭରି |


ପୁଅ ଦୁଇଟାକୁ ଦେଲି ପଠାଇ

ପ୍ରବାସରେ ଯାଇ ଖଟିବା ପାଇଁ |


ଝିଅ ବାହାଘର ଚିନ୍ତା ମୋ ନାହିଁ

ସୁକନ୍ୟା ଯୋଜନା ଅଛି ତା ପାଇଁ |


ଲେବର କାର୍ଡ ଦେଲେ ଦେଖାଇ

ପଚାଶ ହଜାର ମିଳିବ ତହିଁ |


ବାଇକି ଧରିକି ବୁଲଇ ମୁହିଁ

ସ୍ମାର୍ଟ ଫୋନ ହାତୁ ଛାଡ଼ଇ ନାହିଁ |


ମାଗଣା କି ଦିଅ ପ୍ରିୟ ସର୍କାର

ଭୋଟ ଖଣ୍ଡିକ ଦିଏ ମୋହର |


ଭୋଟ ମୂଲ ତ ଅମୂଲ ମୂଲ

ଯେତେଦେଲେ ହେବ ନାହିଁ ତା ତୁଲ |


ସବୁ ଯୋଗାଇଲ ପ୍ରିୟ ସର୍କାର

ଆଉ ବେନି ଚିଜ ଲୋଡ଼ା ମୋହର |


ହେଡ଼ ବକ୍ସ ଥାଇ ଖଟଟେ ଦିଅ

ଏଲ ଜି ଟି ଭି ଟେ ଘରେ ଲଗାଅ |


ଆରାମରେ ଶୋଇ ଗାଇବି ଗୀତ

କରୁଥିବି ଦେଶ ଜାତିର ହିତ |



Rate this content
Log in

Similar oriya poem from Inspirational