STORYMIRROR

Goutam Mohanty

Abstract Classics Fantasy

4  

Goutam Mohanty

Abstract Classics Fantasy

#ଜରୁଆ ଝିଅ ##

#ଜରୁଆ ଝିଅ ##

1 min
25


ବହୁତ୍ ଦିନ ପରେ ଆଜି ତାକୁ ଜର ହେଇଚି

କୋଉ ଜର ସେ ଜାଣେନା 

ଥଣ୍ଡା ଜର ଭୁତାଣୁ ଜର 

କି ପ୍ରେମ ଜର 

ସେ ସବୁ ବୁଝିବାକୁ ବି ସେ ଚାହେଁନା ।


ତା ଖାଲି ସ୍ଥାନ ଗୁଡା ପୂରଣ କରିବାକୁ ଜଣେ ଅଛନ୍ତି

ବୋଧ ହୁଏ ସେଥି ପାଇଁ ସେ ଜାଣି ଜାଣି ଜର ରେ ପଡ଼ିଛି

ନୀରବ ରେ ସେ ତା ପାଖ ରେ ଅଛନ୍ତି

ତା ମଥା ରେ ପାଣି ପଟି ଥୋଇ ଖୁବ୍ ବିରକ୍ତ ହେଉଛନ୍ତି

," ଗୁପଚୁପ ଖାଇବା ଡ୍ରିଙ୍କୋ ପିଇ ଦେହ ଖରାପ କରିବା କଣ 

ନିହାତି ପ୍ରୟୋଜନ ଥିଲା !!"

," ରୁଟି ଛଡ଼ା ଭାତ ଛୁଇଁବନି, କାମ ସବୁ ବନ୍ଦ୍, ଖରା ରେ କୁଆଡେ଼ ଯିବନି"

ଉଷୁମ ପାଣି ଟିକେ ପିଆଉ ପିଆଉ

ଏମିତି ଅନେକ କିଛି ଅବୁରୁ ଜାବୁରୁ ତାଙ୍କ ଲାଲ ଆଖି ରେ ଚୁପ୍ ଚାପ୍ କହି ଯାଇଛନ୍ତି ।


ତା କ୍ଷୀଣ ଶରୀର ଟା ସତେଜ ହେଇ ଉଠୁଚି

ତାଙ୍କ ସାନିଧ୍ୟ ଯେ ତା ପାଇଁ ସବୁ ପଥି ଔଷଧ ଠାରୁ ଢେର୍ ଉପରେ 

ତା ଜୀବନୀ ଶକ୍ତି ବି ତାହା ବୁଝି ସାରିଛି

ସେ ଫିକ୍ କରି ହସି ପୁଣି ଲାଜେଇ ଯାଉଚି

ବୋଧେ ପୁଣି ଥରେ ଜର ରେ ପଡ଼ିବାର 

ନିୟମ କରୁଚି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract