STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବ୍ୟବସାୟୀ ମହିଳା

ବ୍ୟବସାୟୀ ମହିଳା

1 min
350

ଫୋର୍ବସ୍ ତାଲିକା ଦିଏଟି ସନ୍ଦେଶ

  ଧନୀ ସ୍ତ୍ରୀ ଏହୁ ଦେଶେ,

ବ୍ୟବସାୟ କରି ପାଇଛି ଗୌରବ

  ସାବିତ୍ରୀ ଜିନ୍ଦଲ ଦେଶେ।


ସାତ ନମ୍ବରରେ ନାମଟି ତାଙ୍କର

  ଦେଶର ଧନୀ ମହିଳା,

ମହିଳାଙ୍କ ଶକ୍ତି ସର୍ବୋପରି ଭବେ

  ଆଣେ ସମ୍ମାନ ମହିଳା।


ଜିନ୍ଦଲ ଗୋଷ୍ଠୀର ଚେୟାରମ୍ୟାନ୍ 

  ଦିଏ ସେ ସମ୍ମାନ ଦେଶେ,

ଇସ୍ପାତ ସିମେଣ୍ଟ ଶକ୍ତି କାରବାର

  ମହିଳାଙ୍କ ଧର୍ଯ୍ୟ ଦିଶେ।


ପ୍ରକାଶ ଜିନ୍ଦଲ ସ୍ୱାମୀର ନାମଟି

  ଆକସ୍ମିକ ମୃତ୍ୟୁ ତାଙ୍କ,

ସ୍ବାମୀର ଦାଇତ୍ଵ କରିଣ ଗ୍ରହଣ

  ବ୍ୟବସାୟ କଲେ ତାଙ୍କ।


ଲକ୍ଷ୍ୟ ଲକ୍ଷ୍ୟ ଜନେ କାର୍ଯ୍ୟ କରୁଛନ୍ତି

  ବ୍ୟବସାୟ କ୍ଷେତ୍ରେ ତାଙ୍କ,

ରାଷ୍ଟ୍ରର ନିର୍ମାଣେ ତାଙ୍କ ଅନୁଦାନ

  ଗୁଞ୍ଜେ ରାଷ୍ଟ୍ରେ ନାମ ତାଙ୍କ।


ଦିଶେ ସବୁ କ୍ଷେତ୍ରେ ମହିଳାଙ୍କ ଶକ୍ତି

  ପ୍ରତ୍ୟକ୍ଷେ ଶକ୍ତି ସରୁପା,

ବ୍ୟବସାୟ କ୍ଷେତ୍ରେ ଅବା ଶିକ୍ଷା କ୍ଷେତ୍ରେ

  ଦିଶେଟି ଲକ୍ଷ୍ମୀ ସରୁପା।


ଯୁଦ୍ଧ କ୍ଷେତ୍ରେ ନାରୀ ବୀରତ୍ବରେ ଭରା

  ଖେଳ କ୍ଷେତ୍ରେ ସେହୁ ଗର୍ବ,

ରାଜନୀତି କ୍ଷେତ୍ରେ ସମ୍ମାନ ଦିଏଟି

  ରାଷ୍ଟ୍ର ପାଇଁ ସେହୁ ଗର୍ବ।


ପୁରୁଷ ଠାରୁ ହିଁ ଶକ୍ତି ତାର ବେଶି

  ଧର୍ଯ୍ୟରେ ସେହୁ ନିପୁଣ,

ଧର୍ମ କାର୍ଯ୍ୟେ ନାରୀ ସର୍ବଦା ଆଗୁଆ

  ଜ୍ଞାନରେ ଥାଏ ସମ୍ପୂର୍ଣ୍ଣ।


ବ୍ୟବସାୟୀ ରୂପେ ମହିଳାଙ୍କ ଶକ୍ତି

  ଗୁଞ୍ଜୁ ଅଛି ବିଶ୍ବ ସାରା,

ସାବିତ୍ରୀ ଜିନ୍ଦଲ ମହିଳା ହେଲେ ଭି

  ଦେଶର ଗୌରବ ପରା।


ଦେଶର ଅର୍ଥରେ ତାଙ୍କ ଅବଦାନ

  ଭୁଲିବ କି ରାଷ୍ଟ୍ର କେବେ?

ଦେଶର ଶକ୍ତିରେ ସହଭାଗୀ ସେହୁ

  ନାରୀ ଶକ୍ତି ଗୁଞ୍ଜେ ଭବେ।


ଗରିବ କଲ୍ୟାଣେ ଖର୍ଚ୍ଚ ହୁଏ ସେହୁ

  ଏହୁତ ନୂଆ ଭାରତ,

ଲକ୍ଷ୍ୟ ଲକ୍ଷ୍ୟ ଜନେ ରଜଗାର ଦିଏ

  କରେଟି ଗୌରବାନିତ୍ଵ।


କୋଟି ପ୍ରଣିପାତ ଚରଣେ ତାଙ୍କର

  ମହିଳା ହିଁ ସର୍ବୋପରି,

ରାଷ୍ଟ୍ରର ବିକାଶେ ଆଗୁଆ ସର୍ବଦା

  ମାତୃଶକ୍ତି ସର୍ବୋପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract