STORYMIRROR

Nrusingha Narayan Tripathy

Abstract

4  

Nrusingha Narayan Tripathy

Abstract

ମୋର

ମୋର

1 min
1.0K


କିସ ଅଛି ମୋର କରେ ମୁଁ ବିଚାର

ଅଙ୍କ କଷେ ଧରି ଖଡ଼ି 

ହାତ ପାଦ ଆଖି କାନ ନାକ ସାଥି 

କାହାକୁ ପାରିବି ଛାଡି ll


ମୁହିଁ କିଏ ନିଜେ ଜାଣିକି ନ ପାରେ

ମୁହିଁ ମୋର ନୁହେଁ ଜମା

କି ସୂତ୍ର ପକାଇ ପାରିବି କି କହି

ମୋର ପାଖେ କେତେ ଜମା ll


କରେ କାମ ହାତ କାହା ପାଇଁ ସେତ

ଜାଣି ନାହିଁ କେବେ ହାତ 

ମୋର ପାଇଁ ହାତ କା6ର୍ଯ୍ୟ ଅବିରତ

ମୋତେ ଦେଖିଛିକି ହାତ ll


ପାଦ ମୋର ଚାଲେ ପଥ ପ୍ରାନ୍ତେ ଘରେ

ଧନ୍ୟବାଦ ସାଥି ମୋର

ବାହନ ମୋହର କରେ ମୁଁ ସବାର

ନ ଦେଖି ସ୍ୱରୂପ ମୋର ll


ଦେଖେ ଆଖି ମୋର ଦୃଶ୍ୟ ପ୍ରକୃତିର

ନିର୍ଦ୍ଦେଶ ମୋହର ମାନି

ରୂପକୁ ମୋହର କେବେ ଦେଖିବାର

ସୁଯୋଗ ତାକୁ ଦେଇନି ll


ଶୁଣେ କାନ ମୋର ଯନ୍ତ୍ର ଶ୍ରବଣର

ପାଇକି ଇଙ୍ଗିତ ମୋର

ବୋଲ କରି ମୋର ଦିନ ସରେ ତାର

ନ ପାଏ ମୋ ଦର୍ଶନର ll


ଗନ୍ଧ ମୁଇଁ ବାରେ ନାକ ପୁଡିଆରେ

ଘ୍ରାଣ ଯନ୍ତ୍ର ନାକ ମୋର

ସେବା ନାକ କରେ ଭାବି ଆପଣାରେ

ନ ଜାଣି ମୁଇଁ କାହାର ll


ମୁହିଁ ଗଲା ପରେ ସାଥି ଅଙ୍ଗମାନେ

ଜଡତ ପାଲଟି ଯାଏ

ସମାଜେ ଅଛୁଆଁ ଶରୀର ଅସନା

ଶ୍ମଶାନେ ସଂସ୍କାର ହୁଏ ll


ମୋର ମୋର ବୋଲି ଜନ୍ମରୁ ମୁଁ କରି 

ଶୂନ୍ୟ ହସ୍ତେ ଯାଏ ଫେରି

ସବୁ ଶୁଣି ଜାଣି ମାୟା ମୋହେ ପଡି

ଅବୁଝାରେ ଯିବି ମରି ll


ସୁକର୍ମ ମୋହର ପ୍ରିୟ ସହଚର

ସମାଜେ ରହେ ଅମର

ଧନ ଜନ ମୋର ନୁହେଁ ଦରକାର

ମୁଇଁ ଲାଗି କୁହେ ମୋର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract