STORYMIRROR

Hasyamayee Raj

Abstract Others

4  

Hasyamayee Raj

Abstract Others

ସ୍ବର୍ଗ ଆମ ସ୍ବପ୍ନ

ସ୍ବର୍ଗ ଆମ ସ୍ବପ୍ନ

1 min
722


ବଞ୍ଚିବାର ଇଛା ଯେବେ

ହାତଠାରି ଡାକେ

ନର୍କ ନର୍କ ଲାଗେ ସତେ

ଦୁନିଆକୁ ଦେଖେ ।। 


ତଥାପି ସାହସ ବାନ୍ଧେ

ଦେଖିବାକୁ ସ୍ବର୍ଗ 

ହୃଦୟେ ସାଇତି ଯେତେ

କଳଙ୍କର ଦାଗ ।। 


ପ୍ରାଣପକ୍ଷୀ ପଞ୍ଜୁରୀରେ 

ହୁଏ ଛଟପଟ 

ଶାନ୍ତିର ଏ ନୀଳାକାଶେ

ହେବାପାଇଁ ଭେଟ ।।


ସବୁ ମିଛ ସଂପର୍କକୁ 

ଛାତିରେ ଜାବୁଡ଼ି 

ତଥାପି ମୁଁ ଚାଲୁଅଛି

କେତେ ଉଠିପଡି ।। 


ଶୁଷ୍କ ମରୀଚିକା ଦେହେ

ସ୍ବପ୍ନ ଦେଖେ ଜଳ 

ସେଇ ସ୍ବପ୍ନ ଜୀବନରେ

ଭରେ ପୁଣି ବଳ ।। 


ଆଖି ଦେଖେ

ପରିବର୍ତ୍ତନର ପଟ୍ଟଚିତ୍ର 

ଘୋଷେ ଜୀବନ 

ଗଣିତର ନୂଆ ସୂତ୍ର ।। 


ଶୂନ୍ଯ ହାତେ ଆସିଥିଲି 

ଯିବି ଶୂନ୍ୟ ହାତେ

ସେଥିପାଇଁ ଦୁଃଖ ନାହିଁ 

ଚାଲୁଛି ନିରତେ  ।।


ନର୍କ ନୁହେଁ ଦେଖିବାକୁ

ସ୍ବର୍ଗ ଆମ ସ୍ବପ୍ନ 

ନର୍କ ଭିତରେ ତେଣୁ 

ସ୍ବର୍ଗ ଦେଖେ ମନ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract