STORYMIRROR

Hasyamayee Raj

Abstract

4  

Hasyamayee Raj

Abstract

ସ୍ପନ୍ଦନର ଆଢୁଆଳେ

ସ୍ପନ୍ଦନର ଆଢୁଆଳେ

1 min
347

ଅନେକ୍ ଥର କାନଡେରେ

ସ୍ପନ୍ଦନର ବେଗ ମାପିବାକୁ

ତାର କଥା ଶୁଣିବାକୁ

ସେ କାହାକଥା କହେ

କାହିଁକି ଯେ ଅବିରତ ସ୍ପନ୍ଦିତ ହୁଏ

ମୋ ତୃତୀୟ ନୟନରେ

ମୁଁ ଲୁଚି ଲୁଚି ଚାହେଁ

ମୋତେ ଚାହିଁ

କେବେ ସେ ମୁରୁକି ହସିଦିଏ

କେବେ ପୁଣି ଅଭିମାନେ

ମୋ ଆଖି ସହ ତା ଆଖି ମିଶାଏ ।


ଆଖିର ପରଦା ହଟେଇ

ଦିକ୍ ଦିକ୍ ଜଳୁଥିବା

ଦୀପଟିକୁ ଦେଖେ

ମୋ ମନର ଶୁଭ୍ର ପରଦାରେ

କେବଳ ତୁମ ନାଁ ଲେଖେ

ସ୍ପନ୍ଦନର ଆଢୁଆଳେ

ତୁମ ସ୍ବର ଶୁଭେ

ସୃଷ୍ଟିର ଆଦିମ ଝଂକାର ତ ତୁମେ

ସ୍ପନ୍ଦନ ହୀନ ମୁଁ

ତୁମ ଭାବର ଅଭାବେ

ସେଇ ସ୍ବର ହୃଦୟକୁ ଛୁଏଁ ପୁଣି

ଯେତେ ଯେତେ ତୁମ କଥା ଭାବେ ।


ଆଉ କେବେ ଆନମନା ହେଲେ

ଚଟ୍ କରି ମୋଡିଦିଅ କାନ

କହିଦିଅ ଆରେ

ମୁଁ ତ ଅପେକ୍ଷା କରିଛି ତୋତେ

ଏଣେତେଣେ କାହିଁକି ଧାଉଁଛୁ ଏତେ

ଏଇ ମନଖୋଲା କଥାପଦେ

ତୁମ ଛଡା କିଏ ବା କହିପାରେ ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract