STORYMIRROR

Hasyamayee Raj

Abstract

4  

Hasyamayee Raj

Abstract

ଜୀବନ ଗୋଲାପର ଶଯ୍ୟା ନୁହେଁ

ଜୀବନ ଗୋଲାପର ଶଯ୍ୟା ନୁହେଁ

1 min
412


ଜୀବନ ଏକ ଅମଡା ବାଟ

ଯେ ଚାଲିବାକୁ ଶିଖିଯାଏ

ତା ପାଇଁ ଶେଷ ଖୁଣ୍ଟକୁ ଛୁଇଁବା

ଖୁବ୍ ସହଜ ହେଇଯାଏ 

ହଁ, କିଛି କଣ୍ଟାର ଆଘାତ

କିଛି ବାଲିଗୋଡି ରାସ୍ତା

କିଛି ଖାଲ ଢିପ

ବୁଦା ବଣ

ସବୁକୁ ଭେଦକରି ଆଗକୁ

ବଢିବାକୁ ହୁଏ

ଜୀବନ ଗୋଲାପର ଶଯ୍ୟା ନୁହେଁ

କାଳର କରାଳ ରୂପ

ତୁମେ କଣ ଦେଖିନ ! 

ମୂହୂର୍ମୂହୁ ସେ କେମିତି ରୂପ ବଦଳାଏ

ଜୀବନଟା ସ୍ବପ୍ନ ନୁହେଁ

ସ୍ବପ୍ନ ଆଉ ବାସ୍ତବର ଫରକ

ଯେ ବୁଝିଯାଏ

ସେ ହିଁ ତିଷ୍ଠି ଯାଏ

ଜହ୍ନରାତି କଣ ସବୁବେଳେ ଥାଏ ! 

କେବେ କେବେ ଅମାବାସ୍ୟାର

ଅନ୍ଧକାର ବି ଜୀବନକୁ ଛାଇଯାଏ

ତା ଭିତରେ ବି ଜିଇଁବାର କଳା

ଶିଖିବାକୁ ପଡେ

ସେଇତ ଜୀବନ ଗଢେ

ଗୋଲାପର ଶଯ୍ୟା କେବେ

ଜୀବନ ଗଢେନା

ମୃତ୍ୟୁକୁ ଆଲିଙ୍ଗନ କରେ

କଣ୍ଟାର ଆଘାତ ସହିବାର ସାଧନାରେ

ଉତ୍ତୀର୍ଣ୍ଣ ହେଇଗଲେ

ଆଉ ଚିନ୍ତା କଣ

କଣ୍ଟାର ଶେଯ ବି ଗୋଲାପ ଗୋଲାପ ଲାଗେ

ଗୋଲାପର ଶେଯ ବି ଫିକା ଫିକା ଲାଗେ

ତା ଆଗେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract