STORYMIRROR

Pradeep Kumar Panda

Abstract

5.0  

Pradeep Kumar Panda

Abstract

ତଥାପି ମୋ ଗାଁ ହସୁଛି

ତଥାପି ମୋ ଗାଁ ହସୁଛି

1 min
200


ବଳଦ ନାହିଁ କି ଗୁହାଳ ନାହିଁ


ଲଙ୍ଗଳ ନାହିଁ କି ହଳିଆ ନାହିଁ


ଅମଳ ପାଇଁ କି ଖଳାଟେ ନାହିଁ


ରଖିବା ପାଇଁ କି ଅମାର ନାହିଁ


ସବୁତ ବଦଳି ଯାଇଛି


ତଥାପି ମୋ ଗାଁ ହସୁଛି ।


ସକାଳ ହୋଇଲେ ରାବୁନି କାଉ


ପିଢ଼ା ନାହିଁ ଆଉ ମାଡିବ ଲାଉ


ଚାଷ ହେଉନାହିଁ ଭଲରେ ଆଉ


ଖାଆନ୍ତିନି କେହି ମାଣ୍ଡିଆ ଯାଉ


ସେସବୁ ପୁରୁଣା ହେଇଛି


ତଥାପି ମୋ ଗାଁ ହସୁଛି ।


ଓଷା ପରବରେ ଚିତା ପଡୁନି


ନୂଆବୋହୂ ଆଉ ଲାଜ କରୁନି


ପଖାଳ ଖାଇଲେ ଦେହେ ଯାଉନି


ବାଡ଼ିରେ ବି ଛତୁ ଆଉ ଫୁଟୁନି


ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି


ସବୁତ ବଦଳି ଯାଇଛି


ତଥାପି ମୋ ଗାଁ ହସୁଛି ।


ନଥାଉ ପଛକେ ଗୋଠରେ ଗାଈ


କଅଁଳା ବାଛୁରୀ ନଥାଉ ଡେଇଁ


ପୋଖରୀରେ ପଛେ ନଫୁଟୁ କଇଁ


ନମିଳୁ ପଛକେ ଗଛର ଛାଇ


ଶୋଭା ସିନା ହଜି ଯାଇଛି


ତଥାପି ମୋ ଗାଁ ହସୁଛି ।


ଗାଁଆ ପୁଅ ପଛେ ସହର ଧାଉଁ


ପାଠ ପଢି ପଛେ ବେକାର ହେଉ


ବିଷ ଖାଇ ପଛେ ଚାଷୀଟା ଶୋଉ


ଚାଷ ବାସ ପଛେ ଉଜୁଡି ଯାଉ


ଶାଢ଼ୀ ଛାଡି ବୋହୁ ଜିନ୍ସ ନାଉ


ମନଟାକୁ ସିନା ବାଧୁଛି


ତଥାପି ମୋ ଗାଁ ହସୁଛି ।


ମାଟିର ହାଣ୍ଡିରେ ବସୁନି ଭାତ


ବିଲରେ ପଡୁନି ଗୋବର ଖତ


ଚାଳ ଘର ସବୁ ହୋଇଛି ଛାତ


ପୁଅ ମାରୁଅଛି ବାପକୁ ନାତ


କାହାର କଅଣ ଯାଉଛି


ତଥାପି ମୋ ଗାଁ ହସୁଛି ।


ରଜରେ ଆଉ ଲାଗୁନି ଦୋଳି


ବାଡ଼ି ନାହିଁ ଆଉ ହୋଇବ କୋଳି


ପିଠା ପଣା ନାହିଁ ଭଳି କି ଭଳି


ବଗିଚା ନାହିଁ କାହୁଁ ଆସିବ ମାଳି


ସବୁ ସିନା ସ୍ମୃତି ହୋଇଛି


ତଥାପି ମୋ ଗାଁ ହସୁଛି ।


ଜମି ବାଡ଼ି ପଛେ ପଡୁ ପଡିଆ


ପ୍ଲାଷ୍ଟିକ ଜରିରେ ଭରୁ ଗାଡିଆ


ହେଲେହେଉ ତାହା ଯେତେ ଅଳିଆ


ଲାଗି ରହିଥାଉ ଗଣ୍ଡ ଗୋଳିଆ


ଗାଁଆ ପଛେ ଯେତେ ନିନ୍ଦା ପାଉଛି


ତଥାପି ମୋ ଗାଁ ହସୁଛି ।


ନନଷ୍ଟିକ ସାଜିଛି ମାଟିର ହାଣ୍ଡି


ନାହିଁ ହାଂଡିଶାଳ ନାହିଁ ଦେଇପିଣ୍ଡି


ମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡି


ତଥାପି ପ୍ରେମରେ ରଖିଛି ବାନ୍ଧି


କର୍ପୂର ଉଡି କନା ପଡି ରହିଛି


ତଥାପି ମୋ ଗାଁ ହସୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract