STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଆଧୁନିକ ଶ୍ରବଣ କୁମାର

ଆଧୁନିକ ଶ୍ରବଣ କୁମାର

1 min
321


ବଦଳିଲା ଯୁଗ ବଦଳିଲା ଭାବ

ବଦଳିଲା ପ୍ରେମ ସ୍ନେହ

ମାତାପିତା ଆଜି ବୃଦ୍ଧାକାଳେ ବସି

ଆଖିରୁ ଝରାନ୍ତି ଲୁହ।  


ଅନ୍ଧର ଲଉଡି ଭାବିଥିଲେ ଦିନେ 

ଜନ୍ମଦେଇ ତିନି ପୁଅ

ଯେ ଯାହା ବାଟରେ ଜୀବନ ବଞ୍ଚିଲେ

ବୁଝିଲେନି ଘର ଦୁଃଖ ।


ପିତାମାତା ମିଶି କେତେଯେ ସପନ

ଦେଖିଥିଲେ ଖୁସି ମନେ

ତିନିପୁଅ ପାଇ ଜୀବନ ତାଙ୍କର 

ବିତିବ ଖୁସିର ମନେ ।


ଯେଉଁ ଘର ଦିନେ ସ୍ୱର୍ଗପୁର ପରି

ହସଖୁସି ବାଣ୍ଟୁଥିଲା

ସଫଳ ଜୀବନ ପାଇ ସେ ସନ୍ତାନ

ସବୁକିଛି ଭୁଲିଗଲା ।


ଘରଠୁ ବାହାରେ ରହି ତିନି ପୁଅ

ଭୁଲିଗଲେ ବାପାମାଆ

ଅନ୍ତିମ ବୟସେ ନିରୀହ ମଣିଷ

ଖୋଜନ୍ତି ପୁଅର ସାହା ।


ସନ୍ତାନ ପାଇଁ କି ଯେତିକି ଖଟିଲେ

ଜୀବନକୁ ମୂର୍ଚ୍ଛି ଦେଇ

ନ ଖାଇ ନ ପିଇ ସଞ୍ଚିଲେ ସମ୍ପତ୍ତି

ହେଲେ ବୁଝିଲେନି କେହି ।


ପିତାମାତା ପରା ଚଳନ୍ତି ଈଶ୍ୱର

ବୁଝୁନି ସ୍ୱାର୍ଥୀ ମଣିଷ

ରକ୍ତର ହୋଇ କି ସମ୍ପତ୍ତି ପାଇଁ ସେ

ଭୁଲିଯାଏ ତାଙ୍କ କ୍ଳେଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract