ଅନୁଭବହୀନ
ଅନୁଭବହୀନ
ଶରୀର ଅଛି, ଶରୀରେ ପ୍ରାଣବାୟୁ ଅଛି
ପ୍ରାଣରେ ଏକ ମନ ଓ ଏକ ହୃଦୟ ଅଛି
ହେଲେ ସେ ମନରେ ଦୟା ନାହିଁ କ୍ଷମା ନାହିଁ
ହୃଦୟରେ ହୃଦୟକୁ ଚାହିଁବାକୁ ଭାବ ନାହିଁ
ଆବେଗହୀନ ଅନୁଭବହୀନ ମଣିଷଟେ ମୁହିଁ ।
ବୁଦ୍ଧି ଅଛି କିନ୍ତୁ ବୁଦ୍ଧିରେ ନାହିଁ ଜମା ଚତୁରତା
ବିନା ହଳଦୀ ରଙ୍ଗେ ସରଳତାର ସନ୍ତୁଳାଟେ
ତରକାରୀ ଅଛି ଏ ଜୀବନ ରୋଷେଇଶାଳେ
ଲୁଣ, ହଳଦୀ, ଲଙ୍କା ଅଛି ମସଲାଟିକେ ନାହିଁ
ରୂପ ଅଛି ମୁହଁରେ, ବୟସରେ ସେ ରଙ୍ଗ ନାହିଁ।
ମନ ପାଇଁ ନାହିଁ ମନ ଆକର୍ଷିତ ହେବା ଇଛା ନାହିଁ
ନାହିଁ ଆକର୍ଷିତ କରିବାର ଉଦ୍ଦେଶ୍ଯ ଓ କାରଣ
ସର୍ବନିମ୍ନ ଆବଶ୍ଯକତା ପେଟ ପାଇଁ ଅଛି ଭୋକ
ଲୁହ ଅଛି ମୋହ ଅଛି ଶୋକ ଅଛି ସୁଖ ନାହିଁ
ପଥରଟିଏ ମୁଁ ସତେକି ମୋର କିଛି ଅନୁଭବ ନାହିଁ ।
ଭରସା ଅଛି ବିଶ୍ବାସ ଅଛି ପରମପିତା ପ୍ରଭୁଙ୍କ ଉପରେ
ହେଲେ ଏ ନାସ୍ତିକ ମନେ ଭାବ ଓ ଭକ୍ତି ଜମା ନାହିଁ
କଣ୍ଟାକୁ ଚିହ୍ନିଛି ବୋଲି ଫୁଲ ବାସ୍ନା ଆଉ ଜାଣେନାହିଁ
ସମୟ ଦେଇଛି ଠକି, ଇଛା ଓ ଆଗ୍ରହ ସବୁ ନିଲାମ
ନିଷ୍ଠୁର ହୃଦୟରେ ମିଠା ଗୀତପାଇଁ ଆଉ ଆଶା ନାହିଁ।
