STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଆଜିର ମହିଳା

ଆଜିର ମହିଳା

1 min
408


ନୂଆ ଭାରତରେ ଆଜିର ମହିଳ

  ସବୁ କ୍ଷେତ୍ରେ ଆଗଭରା,

ଗୃହର କାର୍ଯ୍ୟେରେ କର୍ତ୍ତବ୍ୟେ ଭୂଷିତ

 ସେବା ରାଷ୍ଟ୍ରକାର୍ଯ୍ୟେ ପରା।


ସେବା ଗୃହଧର୍ମେ ଅପାର ତାଙ୍କର

  ପିତୃମାତୃ ସେବା ନିତ୍ୟେ,

ଗୃହସ୍ତାଶ୍ରମଟି ରଖେ ସେ ଆନନ୍ଦେ

  ପତି ଭକ୍ତି ରଖେ ନିତ୍ୟେ।


ଗୁରୁଜନ ପ୍ରତି ଆଦରର ଭାବ

  ପ୍ରଭୁ ଭକ୍ତି କରେ ନିତ୍ୟେ,

ରଖେ ସମଭାବ ଗୃହସ୍ତାଶ୍ରମରେ

  ପ୍ରେମ ଶ୍ରଦ୍ଧାଭାବ ନିତ୍ୟେ।


ରାଜନେତ ହୋଇ ରାଷ୍ଟ୍ର ସେବା କରେ

  ନାରୀ ଶକ୍ତି ସର୍ବୋପରି,

ଜନତାଙ୍କ ସେବା ମୁଳ ମନ୍ତ୍ର କରେ

  ସୁଷମା ସ୍ୱରାଜ ପରି।


ଗୃହକର୍ଯ୍ୟେ ଥିଲେ ଗୃହଣୀ ପରି ସେ

  ପତିବ୍ରତା ନାରୀ ପରି,

ରାଜନୀତି କ୍ଷେତ୍ରେ ଅସାଧାରଣ ସେ

  ଗୁଞ୍ଜେ ନାମହିଁ ତାଙ୍କରି।


ଅତି ଜ୍ଞାନବନ୍ତ ଜ୍ଞାନରେ ନିପୁଣ

  ରାଷ୍ଟ୍ର ପ୍ରତି ସମର୍ପଣ,

ବିଦେଶର ମନ୍ତ୍ରୀ ଥିଲେ ସେହୁ ପୁଣି

  ରଖି ଥିଲେ ରାଷ୍ଟ୍ର ଟାଣ।


ରାଷ୍ଟ୍ରଭାଷା ପ୍ରତି ଆଦର ତାଙ୍କର

  କହୁଥିଲେ ରାଷ୍ଟ୍ରଭାଷା,

ରାଷ୍ଟ୍ର ଅଭିମାନ ସର୍ବୋଚ୍ଚ ତାଙ୍କର

  କହୁଥିଲେ ମାତୃଭାଷା।


ରାଷ୍ଟ୍ରର କଲ୍ୟାଣ ସମଭବ ମନ୍ତ୍ରେ

  କର୍ତ୍ତବ୍ୟରେ ବୀରଙ୍ଗନା,

ଗୁଞ୍ଜୁ ଅଛି ନାମ ସମଗ୍ର ବିଶ୍ବରେ

  ମହିଳା ସୁନାମ ସିନା।


ନୂହେ ସେ ଦୁର୍ବଳ ନାରୀ ଜାତି କେବେ

  ଦିଏ ଶିକ୍ଷା ନୀତିଶାସ୍ତ୍ର,

ଯେଉଁ ଦେଶେ ଜନ୍ମ ସୀତା ତ ସାବିତ୍ରୀ

  ଜ୍ଞାନୀ ସନାତନୀ ଶାସ୍ତ୍ର।


ସେହୁ ସବୁ ଗୁଣେ ନିପୁଣ ଥିଲେଟି

  ମହିଳା ହିଁ ଶକ୍ତିଶାଳୀ,

ନୂଆ ଭାରତରେ ଆଗୁଆ ହିଁ ଥିଲେ

  ରାଷ୍ଟ୍ରର ଗୌରବଶାଳୀ।


ନୂଆ ଇତିହାସ ଲେଖନ୍ତି ମହିଳା

  ଏହୁତ ରାଷ୍ଟ୍ର ଗୌରବ,

ପଟାନ୍ତର ନାହିଁ ଶକ୍ତି ମହିଳାଙ୍କ

  ମାତୃଶକ୍ତି ହିଁ ଅପୂର୍ବ।


କୋଟି ପ୍ରଣିପାତ ଚରଣେ ତାଙ୍କର

  ଜନ୍ମଦାତ୍ରୀଙ୍କ ଭକ୍ତିରେ,

ସମସ୍ତ ସମ୍ମାନ ମିଳୁ ହିଁ ତାଙ୍କରେ

   ମାତୃଶକ୍ତି ଚରଣରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract