STORYMIRROR

Pranati Panda

Abstract

4  

Pranati Panda

Abstract

ସିପ ସରୁ ବାଲି

ସିପ ସରୁ ବାଲି

1 min
400


ସିପ ସରୁ ବାଲି ନୁହଇଁ କେବଳ

ପ୍ରତିମା ଗଢ଼ିବା ପାଇଁ ,

ସିପ ବାଲି ଆଜି ଅଟ୍ଟହାସ୍ୟ କରେ

ଉଚ୍ଚ ଅଟ୍ଟାଳିକା ଛୁଇଁ ।


ସହଜରେ ନିଅଁ ଖୋଳି ନିଜ ବକ୍ଷେ

ଗଢ଼େ ଅଳସ ସ୍ୱପ୍ନର ,

ସିପ ସରୁ ବାଲି ନୁହେଁ ଖାଲି ଏକ

ସୁପ୍ତ ବାଲିର ପ୍ରାନ୍ତର ।


ପଞ୍ଚ ତାରକାର ସୁଇମିଂ ପୁଲ୍ ଠୁଁ

ବିଳାସ ପୂର୍ଣ୍ଣ ସମ୍ଭାର ,

ହାଟ ସରାଗୀର ସରାଗ ସ୍ୱପ୍ନର

ଶୋଭାର ପୂର୍ଣ୍ଣ ଭଣ୍ଡାର ।


ସିପ ସରୁ ବାଲି ନୁହଇଁ କେବଳ

ବାଲି ରଗଡା ପଥର ,

ଝାଉଁ ବଣ ଠାରୁ ମନ୍ଦିର ପର୍ଯ୍ୟନ୍ତ

ସିପ ବାଲିହିଁ ସୁନ୍ଦର ।

     


Rate this content
Log in

Similar oriya poem from Abstract