STORYMIRROR

PURNIMA LENKA

Abstract

4  

PURNIMA LENKA

Abstract

ଶେଷଯାତ୍ରା

ଶେଷଯାତ୍ରା

1 min
381


ମୋ ଶେଷ ଯାତ୍ରା ବୋଧେ ଏମତି କିଛି ହେବ

କବିତା କହୁ କହୁ ନିଶ୍ୱାସ ଅଟକି ଯିବ

ଲୋକ କହିବେ

କବି ଲୋକ ଭାବନା ରାଇଜେ ଥିବ

ଟିକେ ଜୋର ଦେଇ ଡାକ ଉଠି ଯିବ।


ସାହିଭାଇ କାନ୍ଦ ବୋବାଳି ରେ ଫାଟୁଥିବ

ମା ମୋର ଘନ ଘନ ଚେତା ହଯାଉ ଥିବା

ବାପ ଖୁଣ୍ଟ ପରି ଛିଡା ହେଇଥିବ

ସାଙ୍ଗ ସାଥି ସବୁ ମିଛ ଭାବି ହସି ଉଡେଇବ

ମୋ ଶେଷ ଯାତ୍ରା ବୋଧେ ଏଇ ପରି ହେବ।


ଗୋଲାପ ର ଶେଜ ଦିଅ କବି ଯିବ

ଶଙ୍ଖ ହୁଳହୁଳି ଦିଅ ଦୁନିଆ ଜାଣିବ

ଆଜି ଏ ଦୁନିଆ କୁ ଜଣେ କବି ଛାଡିବ

ମୋ ଶେଷଯାତ୍ରା ବୋଧେ ଏମିତି ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PURNIMA LENKA

Similar oriya poem from Abstract