ଶୀତ
ଶୀତ
1 min
123
ନୂଆଣିଆ ଚାଳ ଘର ଫାଂକ ରୁ
ଉଠୁ ଥିବା ଧୂଆଁ ଶୀତ,
ଶୀତ,
ନା ନା ଭିତରେ ହଁ ର ମନ।
ଚା କପ ର ଉଷ୍ମତାକୁ
ଅନୁଭବ କରୁ କରୁ ବଞ୍ଚିତ ହେବା ବି ଶୀତ,
ଶୀତ ଆଈ ମା' ର ନାନା ବାୟା ଗୀତ,
ଯାହା ଅଗମାନେ ଖୋଲି ଯାଏ ଗପ ପେଡି
ଆନନ୍ଦ ଉଲ୍ଲାସ ଆଉ ମୌଉଜ।
ଶୀତ,
ପାହାଡ଼ି ଗାଁର ଶିଶିର ପେଡି
ସବୁଜ ବନରେ ଟିପଟିପ କାକରଙ୍କ ଧାଡି।
ଶୀତ,
ଫଟା ଓଠରେ ଗୋଟେ ସ୍ମିତ ହସ,
ମଫୁଲର ଭିତରର ଏକ ରହସ୍ୟମୟ କାଶ,
ଶୀତ,
ଏକ ଅଳସୀ କନ୍ୟାର ମିଛ ଅଭିମାନ
ଠିକ ଗୋଟେ ପ୍ରେମିକାର ମନ।
