STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ହଜିଲା ଅତୀତ

ହଜିଲା ଅତୀତ

1 min
287

ପତ୍ର କଅଁଳିବା ଠାରୁ ଝଡ଼ିବା ପର୍ଯ୍ୟନ୍ତ ହିଁ

ଜୀବନ ସୀମାବଦ୍ଧ ସ୍ଥିରୀକୃତ ଦୁଇଟି ରେଖାରେ

କିନ୍ତୁ ଶୁଷ୍କ ପତ୍ର ପାଖରେ

ନା ଥାଏ ଶାଖା ସହ ପୁନଃ ସଂଯୋଗର ସୁଯୋଗ

ଓ ନବ ପଲ୍ଲବିତ ପତ୍ର ପାଖରେ

ନା ଥାଏ ଭବିଷ୍ୟତର ପୂର୍ବାଭାସ। 


ଜୀବନର ମହୁଆ ନିଶାରେ

ସଭିଏଁ ଏଠାରେ ତ୍ରସ୍ତ ଓ ଆସକ୍ତ

ଭବିଷ୍ୟତର କଳ୍ପିତ ଆକର୍ଷଣରେ

ସମୟ ଅଧିକୃତ ଓ ଅବହେଳିତ

ସ୍ୱପ୍ନମନସ୍କ ଭାବରେ ବର୍ତ୍ତମାନକୁ ହାତରେ ଖେଳୁ ଖେଳୁ

ଏମିତି ହଜିଯାଏ ଅନେକ ଅତୀତ।


ଯାଅ ଧୋଇଦେଇ ଆସ

ଅବଶୋଷରେ ଲତପତ ହାତକୁ 

ପାହାନ୍ତି ସପନର ଶୀତୁଆ ନଈରେ

ଭଙ୍ଗା ଦଦରା ଆଶା ସବୁକୁ ଫିଙ୍ଗି ଦିଅ

ପୁରୁଣା ସେ ମୁହୁର୍ତ୍ତର ଧୂଳିପାତ୍ରରେ। 


ବେଳେବେଳେ ଅତୀତକୁ ହଜିବାକୁ ପଡ଼େ

ଯେବେ ବାରୁଦ ହୋଇ ବର୍ତ୍ତମାନକୁ ଜାଳିବାକୁ ବସେ

ବେଳେବେଳେ ଅତୀତକୁ ଖୋଜିବାକୁ ପଡ଼େ

ଯେବେ କିଛି ଖୁସିର ଠିକଣା ହଜି ଯାଇଥାଏ

ଅନୁଭବର ବହୁ ଦୂରରେ ମିଠା ସ୍ମୃତିଟିଏ ହୋଇ। 


ଏମିତି ଆସେ, ସମୟ ହସେ

ଫୁଲ ଫୁଟେ, ମଳୟ ବାସେ

ଅଭୁଲା ମୁହୁର୍ତ୍ତ ସବୁ ବର୍ତ୍ତମାନକୁ ମତୁଆଲା କରେ

କେବେ ହସାଇ କନ୍ଦାଇ ମାରେ

କେବେ କ୍ଷାନ୍ତ ହୁଏ କେହି ଜଣଙ୍କର ଆତ୍ମୀୟ ପରଶେ

ଓ ଶୁଖାପତ୍ରରେ ଚାଲୁ ଚାଲୁ

ମଚ ମଚ ଶବ୍ଦ ପାଦ ତଳେ ଶୁଭେ 

ଅତୀତ, ପଛରେ ଛିଡ଼ା ହୋଇ ଆଗକୁ ଠେଲିଦିଏ 

କେବେ ଗଭୀର ବିଷାଦେ ଓ କେବେ ଅତ୍ୟନ୍ତ ହରଷେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract