Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

4  

Mamatamanjari Das

Abstract

ମାଟିର ମହକ

ମାଟିର ମହକ

1 min
423


ଶୁଙ୍ଘିଛ କି କେବେ ମାଟିର ମହକ

କିପରି ଚନ୍ଦନ ଚନ୍ଦନ ବାସେ

ଆଷାଢ଼ର ପହିଲି ବର୍ଷାରେ

ଭିଜା ମାଟିର ଛାତି ତଳୁ

ଲାଜର ଓଢ଼ଣୀ ଟେକି 

ଲାଲ୍ ଟୁକୁ ଟୁକୁ ସାଧବ ବୋହୂଟି

କିପରି ଲାଜେଇ ଲାଜେଇ ହସେ ।


ଅନୁଭବିଛ କି ମାଟିର ମମତା

ତା' ସ୍ନେହର ଅମୃତ ବାରୀ

ଯେତେ ଦୂରେ ଗଲେ ପର କରେ ନାହିଁ

ସେ ପରା ମାଆ ଆମରି ।


ଚାଷୀକୁ ଦିଏ ସେ ସୁନାର ଫସଲ

ବୀରକୁ ଦିଏ ତାକତ

ତା'ବକ୍ଷରେ ଆମେ ନାଚି ଖେଳି କୁଦି

ଯେତେ ଯାହା କଲେ

ହୁଏନି କେବ ସେ କ୍ଳାନ୍ତ ।


ଦେଇ ଜାଣେ ଖାଲି ନେଇ ଜାଣେ ନାହିଁ

ସେ ଆମର ମାଟି ମାଆ

ପ୍ରଥମ କୂଆଁଟି ତା' କୋଳରେ ଶୁଭେ

ଜୀବନର ଅନ୍ତେ ତାହାରି କୋଳରେ

ଚିର ନିଦ୍ରାରେ ଶୋଇ ଯାଉ ଯେବେ

ଜଳେ ଆମ ଜୁଈ ନିଆଁ ।


Rate this content
Log in

Similar oriya poem from Abstract