STORYMIRROR

Kalandi pal

Abstract

4  

Kalandi pal

Abstract

ଦିନ ସରିଯାଏ ରାତି ସରିଯାଏ

ଦିନ ସରିଯାଏ ରାତି ସରିଯାଏ

1 min
308


ଦିନ ସରିଯାଏ ରାତି ସରିଯାଏ

ଅସରନ୍ତି ପଥେ ଚାଲି ସରିଯାଏ

ବେଳ ସରିଯାଏ କାଳ ସରିଯାଏ

ଖୋଜି ଖୋଜି ପ୍ରଭୁ ଅନ୍ତ କେ ନ ପାଏ l0l


କାହିଁକି କେଜାଣି ମନ ଖୋଜେ ପୁଣି

ହଜି ତୁମ ପ୍ରେମେ ତୁମ ନାମ ଗୁଣି

ସତେ ଦେଖାଯାଏ ମରୀଚିକା ପ୍ରାୟେ

ଖୋଜିବାରେ କେବେ ଅନ୍ତ ତ ନ ଥାଏ l1l


କେତେ ଲୁଚକାଳି ଖେଳ ବନମାଳୀ

ଭକତ ମୁହଁରୁ କେତେ କେତେ ଗାଳି

ସାଗର ପରାଏ ଉଦାର ହୃଦୟେ

ସହିଯାଅ ପ୍ରଭୁ ନ ଦେଖିବା ପ୍ରାୟେ l2l



Rate this content
Log in

Similar oriya poem from Abstract