STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ନବ ବର୍ଷର ଅଭିଷେକ

ନବ ବର୍ଷର ଅଭିଷେକ

1 min
324


ଆସ ଆସ ଭାଇ ଓ ଭଉଣୀ

ମିଶି କରିବା ନବ ବର୍ଷର ଅଭିଷେକ

ହଟାଇବା ଦେଶୁ ଓ ବିଶ୍ଵୁ 

ରୋଗ, ଶୋକ ଓ ଦୁଃଖ ।


ଅଜ୍ଞାନର ଅନ୍ଧକାର ଦେବା

ଆମ ସମାଜୁ ହଟାଇ

ଅନ୍ୟାୟ, ଅନୀତି, ଦୁର୍ନୀତିକୁ

ବିଶ୍ଵ ଜନନୀ ବୁକୁରୁ ଦେବା ତୁଟାଇ ।


ଶାନ୍ତି, ମୈତ୍ରୀରେ ଆମ ଗଢିବା ବିଶ୍ଵ

ଦୁଃଖୀ, ରଙ୍କି ମୁଖେ ଫୁଟାଇବା ହସ

ହିଂସା, ଦ୍ୱେଷ, ଈର୍ଷାକୁ କରିବା ତ୍ୟାଗ

ବିଶ୍ଵାସ କରି ପରସ୍ପରକୁ

ପରିବାର ପରିବେଶକୁ ସୁସ୍ଥ ରଖି

ଆମ ମାନବ ଜନ୍ମକୁ କରିବା ଉପଭୋଗ ।


ଶପଥ ନେବା ଆମେ ସଭିଏଁ ଆସ

ମାଟି ମା'ର ରଖିବା ଟେକ

ଜନନୀ ଜନ୍ମଭୂମିର ସଦା ସର୍ବଦା

ଶୁଣିବା ଡାକ

ମିତ୍ରତା ବନ୍ଧନେ ସରବେ ବାନ୍ଧି ହୋଇ

ଯୁଦ୍ଧ ବିଭୀଷିକାକୁ ସଭିଙ୍କ ମନୁ ଦେଇ ଦୂରେଇ

ଏହି ନବ ବର୍ଷରେ ବିଶ୍ଵୁ ପୋଛିବା

ସବୁ ଦୁଷ୍କର୍ମ, କୁକର୍ମ ଓ କଳଙ୍କ

ନାରୀ ନିର୍ଯ୍ୟାତନା, ବଧୂନିର୍ଯ୍ୟାତନା ପରି

କୁ ପ୍ରଥା କୁ ତ୍ୟେଜିବା ଆସ ଆମେ ପ୍ରତ୍ୟେକ

ଭୃଣ ହତ୍ୟା ପରି ଘୃଣ୍ୟ ପ୍ରଥା ହଟାଇ ଦେବା

ଆମେ ଅଛେ ଯେତେ ଯେ ଲୋକ

ଶପଥ ନେବା ଆସ ସଭିଏଁଜଳାଇବା

ବିଶ୍ଵେ ଶାନ୍ତି, ମୈତ୍ରୀ

ଭାଇଚାରାର ନୂଆ ଆଲୋକ

ଆସ ଆସ ଭାଇ ଓ ଭଉଣୀ

ମିଶି କରିବା ନବ ବର୍ଷର 

ନୂତନ ବିଶ୍ଵ ପାଇଁ

ନବ ନିର୍ମିତ ବିଶ୍ଵର ଅଭିଷେକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract