Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Sahoo

Abstract Others

4  

Chinmaya Kumar Sahoo

Abstract Others

ଅପେକ୍ଷା

ଅପେକ୍ଷା

1 min
423


ସଞ୍ଜ ନଇଁ ଗଲା ପରେ,

କଇଁ ଫୁଟି ଗଲା ପରେ,

ସ୍ବପ୍ନ ସରିଗଲା ପରେ,

ତାରା ଲୁଚି ଗଲା ପରେ,

ରାତି ପାହି ପାହି ଆସେ, ସୁର୍ଯ୍ୟ ଉଇଁ ଉଇଁ ଆସେ -

ପୁଣି ଏକ ସକାଳ ଅପେକ୍ଷାରେ ।


ବାତ୍ୟା ଥମିଗଲା ପରେ,

ଝଡ ଶାନ୍ତ ହେଲାପରେ,

ବର୍ଷା ଛାଡିଗଲା ପରେ,

ମେଘ ଭାସିଗଲା ପରେ,

ଇନ୍ଦ୍ରଧନୁ ଖିଲି ଖିଲି ହସେ, ଆକାଶ ନାଲି ନାଲି ଦିଶେ -

ପୁଣି ଏକ ଆରମ୍ଭ ଅପେକ୍ଷାରେ ।


ଯଜ୍ଞ ପୂର୍ଣ୍ଣାହୁତି ପରେ,

ହୋମ ଲିଭିଗଲା ପରେ,

ପୂଜା ସରିଗଲା ପରେ,

ତେଲ ଜଳିଗଲା ପରେ,

ଦୀପ ଅଲୋଡ଼ା ହୁଏ, ଘଟ ପାଣିକୁ ଯାଏ -

ପୁଣି ଏକ ଆୟୋଜନ ଅପେକ୍ଷାରେ।


ରାଗ ଶାନ୍ତ ହେଲା ପରେ,

ମନ ସ୍ଥିର ହେଲା ପରେ,

ଲୁହ ଝରି ଗଲା ପରେ,

ଦୋଷ କ୍ଷମା କଲା ପରେ,

ବିଶ୍ୱାସ ବିଜୟୀ ହୁଏ, ସମ୍ପର୍କ ସୁଦୃଢ ହୁଏ- 

ପୁଣି ଏକ ସୁଯୋଗ ଅପେକ୍ଷାରେ।


Rate this content
Log in

Similar oriya poem from Abstract