STORYMIRROR

Chinmaya Kumar Sahoo

Abstract Inspirational Others

3  

Chinmaya Kumar Sahoo

Abstract Inspirational Others

ମୋ ବାପା ମୋ ହିରୋ

ମୋ ବାପା ମୋ ହିରୋ

1 min
275

ନାଲି ଆଖି କରି ଶାସନ କରନ୍ତି

 ସପନ ଦେଖେଇ ସାହସ ବଢାନ୍ତି

 ବୁଝନ୍ତି ସମସ୍ତ ଅଳି।

ଲୁହ ପି ପୁଣି ହସିବା ଶିଖାନ୍ତି

 ଦୁଃଖ କଷ୍ଟ ସହି ଆଗକୁ ବଢାନ୍ତି

 କରନ୍ତୁ ପଛକେ ଗାଳି।


ପଡି ଛିଡା ହବା ଶିକ୍ଷା ସେ ଦିଅନ୍ତି

 ଜୀବନ ଜିଇଁବା ସୂତ୍ର ବି ବତାନ୍ତି

 କସଣେ ନ ଯାଇ ଡରି।

ନିଜ ହସ ଭୁଲି ସଭିଙ୍କୁ ହସାନ୍ତି

 ନିଜ ଭୋକ ଭୁଲି ଆହାର ଯୋଗାନ୍ତି

  ନାହିଁ କେହି ତାଙ୍କ ପରି।


ବିପଦ ପଡିଲେ କୋଳେଇ ନିଅନ୍ତି

 ଭାଙ୍ଗି ନ ପଡି ସେ ପାଷାଣ ସାଜନ୍ତି

 ତଥାପି ନୂଅନ୍ତି ନାଇଁ।

ବୈଶାଖ ଖରାରେ ଛାଇ ସେ ଦିଅନ୍ତି

 ଶ୍ରାବଣ ବର୍ଷାରୁ ରକ୍ଷା ବି କରନ୍ତି

 ବୁଢା ବରଗଛ ହେଇ।


ଛାତିରେ ଛାତିଏ କୋହ ସେ ଲୁଚାନ୍ତି

 ଆଖିରେ ଆଖିଏ ସପନ ମାରନ୍ତି

 ହେଲେ ପାଟି ଫିଟାନ୍ତିନି କେବେ।

ପଚାରିଲେ ଖାଲି ମୁରୁକି ହସନ୍ତି

 ବୁଝିଯିବୁ ଆପେ ଏତିକି କୁହନ୍ତି

 ବାପା ହେଇଯିବୁ ଯେବେ ।


ହାତ ଧରି ଯିଏ ଚାଲିବା ଶିଖାନ୍ତି

 କାନ୍ଧରେ ବସେଇ ଦୁନିଆ ଦେଖାନ୍ତି

  ତାଙ୍କ ପରିଚୟ କି ଅଛପା।

ଆକାଶ ଠୁ ଲମ୍ବା ଧର୍ଯ୍ୟ ଯାହାର

 ପୃଥିବୀ ଠୁ ବଡ ହୃଦୟ ତାଙ୍କର

  ସେ ହେଲେ ଆମ ବାପା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract