STORYMIRROR

Chinmaya Kumar Sahoo

Tragedy Inspirational

3  

Chinmaya Kumar Sahoo

Tragedy Inspirational

ବାତ୍ୟା ଓ ଓଡିଶା

ବାତ୍ୟା ଓ ଓଡିଶା

1 min
243

ବନ୍ୟା ବାତ୍ୟା ସତେ ଓଡ଼ିଶାର ଜ୍ୱାଇଁ

ପ୍ରତି ବର୍ଷ ଥରେ ନିଶ୍ଚିତ ଆସଇ ।


ଲଢ଼ି ଲଢ଼ି ଶକ୍ତ ଆମ ମେରୁଦଣ୍ଡ

ବିପତ୍ତି ଆଗରେ ନୁଆଇଁନୁ ମୁଣ୍ଡ।


ଇତିହାସ ଆମ ସ୍ୱର୍ଣ୍ଣାକ୍ଷରେ ଲେଖା

ଉଦ୍ୟମ ବଳରେ ଆଙ୍କୁ ଭାଗ୍ୟ ରେଖା।


ବାତ୍ୟାର ତାଣ୍ଡବେ ସର୍ବସ୍ୱ ହାରିଛୁ

ଭଙ୍ଗା ଘରୁ ଅଧା ସ୍ୱପ୍ନ ସାଉଁଟିଛୁ।


ଜୀବନ ଜୀବିକା ଦୁହେଁ ପାଶୋରିଛୁ

ପ୍ରତିବର୍ଷ ନୂଆ କାହାଣୀ ଲେଖିଛୁ।


ଥକିଛୁ ହାରିଛୁ ଝୁଣ୍ଟି ବି ପଡିଛୁ

ସଂଗ୍ରାମ କରିବା କେବେ ନ ଛାଡିଛୁ।


ଓଡ଼ିଆ ଦମ୍ଭର ତୁଳନା ନାହିଁ

ତେଣୁ ସ୍ୱାଭିମାନି ବୋଲାଏ ସେହି।


ଚାଲିଛୁ ଚାଲିବୁ ଦୁର୍ଗମ ଏ ପଥେ

ଭାଗ୍ୟକୁ ଜିତିବୁ ନିଜ ପୁରୁଷାର୍ଥେ।


ପ୍ରକୃତିର ଲୀଳା ସତରେ ବିଚିତ୍ର

ନିମିଷ ମାତ୍ରକେ ବଦଳାଏ ଚିତ୍ର।


ତଥାପି ଅକ୍ଷୁର୍ଣ୍ଣ ଆମ ମାନଚିତ୍ର

ଲଢ଼ି ବାକୁ ଲୋଡ଼ା ଟିକେ ଧୈର୍ଯ୍ୟ ମାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy