STORYMIRROR

Chinmaya Kumar Sahoo

Abstract Inspirational Others

3  

Chinmaya Kumar Sahoo

Abstract Inspirational Others

ମାନସିକ ସ୍ୱାସ୍ଥ୍ୟ

ମାନସିକ ସ୍ୱାସ୍ଥ୍ୟ

1 min
200

ସତରେ ମଣିଷ କେତେ ସ୍ୱାର୍ଥପର

ସ୍ୱାର୍ଥ ପାଇଁ ନିମିଷକେ କରେ ନିଜର

ଆଉ ସ୍ୱାର୍ଥ ପ୍ରାପ୍ତି ପରେ

ଧାନରୁ ଅଗାଡି ବାଛିଲା ପରି

ଫିଙ୍ଗି ଦିଏ ବହୁତ ଦୂର।


ସତରେ ଆମ ପ୍ରକୃତି କେତେ ବିଚିତ୍ର

ସାଥି ଟେ ପାଇବାକୁ ସମସ୍ତେ ଖୋଜନ୍ତି

ସାଥି ଟେ ହବା ପାଇଁ କେତେ ଜଣ?

ଦୁଃଖ ବଖାଣିବାକୁ ସମସ୍ତେ ଆଗ ଭର

ଦୁଃଖ ଶୁଣିବାକୁ କେତେ ଜଣ?


ଏଇ ପାଇବା ହରାଇବାର ଦୋଛକିରେ 

ବେଳେ ବେଳେ ସମୟ ସାଜେ ନିଷ୍ଠୁର।

ହାରିଯାଏ ସାଥିଟି ଆଉ ଭାଙ୍ଗିଯାଏ

ତା ଛାତି ତଳ ପାହାଡ - ଧର୍ଯ୍ୟ ଆଉ ସହନଶୀଳତାର

ଅକାରଣେ ଅନ୍ତ ହୁଏ ତା ଶୌର୍ଯ୍ୟ, ସାହସ ଆଉ ପ୍ରତିଷ୍ଠାର


ଏବେ ସମୟ ଆସିଛି କାରଣ ଟେ ଖୋଜିବାର

ଗପରୁ ବିରତି ନେଉ ନଥିବା ସାଥି ଟିର 

ନୀରବତାକୁ ଶୁଣିବାର।

ହସି ହସାଉଥିବା ବନ୍ଧୁ ଟିର

ହସ ପଛ ର ଅସୁମାରୀ କୋହକୁ ପରଖିବାର

ଅତି ଆପଣାର ଆତ୍ମୀୟ ଟିର I am fine ପଛର

You won't understand କୁ ବୁଝିବାର।


ନିଜ ସ୍ୱାର୍ଥର ପରିଧିକୁ ଟିକେ ବିସ୍ତାର କରି

ଆଉ ଗୋଟେ ଜୀବନକୁ ସାହାରା ଦବାର

କେବେ ଏମିତି ନ ହଉ

ଆମ ହାତରେ ସମୟ ଥାଉ,

କିନ୍ତୁ କଥା ଶୁଣେଇବାକୁ ସାଥିଟି ନଥାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract