ପାର୍ବଣ
ପାର୍ବଣ
ଶରତ ସମ୍ଭାରେ ବରଷକେ ଥରେ , ଆସିଅଛି ଦଶହରା
ଦେବୀ ଦଶଭୂଜା ମର୍ତ୍ତ୍ୟରେ ପ୍ରକଟ,ହସୁଅଛି ଆଜି ଧରା ।
ଉଲ୍ଲସିତ ହୁଏ ପୁର ପଲ୍ଲୀ ଗଳି ,ସବୁଠି ପାର୍ବଣ ବାସ୍ନା
କାଶତଣ୍ଡି ଫୁଲେ ଶୁଭ୍ର ବର୍ଣ୍ଣ ଧରା ,ସତେକି ଜହ୍ନର ଜୋସ୍ଥ୍ନା ।
ଶୋଭା ପାଉଛନ୍ତି ମଣ୍ଡପରେ ମା,ନାନା ଅଳଙ୍କାରେ ଆବରିତା
ସୁଉଚ୍ଚ ତୋରଣ ସୃଷ୍ଟି କରେ ଭ୍ରମ, ଶିଳ୍ପୀ କ୍ରୁତ୍ୟେ ସୁସଜ୍ଜିତା ।
ଅଷ୍ଟମୀ ତିଥିରେ ପୂଜିଥିଲେ ରାମ , ରାବଣ ବିନାଶ ପାଇଁ
ରାବଣକୁ ମାରି ଲଙ୍କା ଜୟ କରି ସୀତା ଉଦ୍ଧାରିଲେ ଯାଇ ।
ଯୁଗ ଯୁଗ ଧରି ସେଇ ପରମ୍ପରା ଆଜି ବି ଜୀବନ୍ତ ଏଠି
ଗୋଟେ ଭୁଲ ପାଇଁ ପ୍ରତି ବର୍ଷ ସିନା ଜଳୁଥାଏ ରାବଣଟି ।
ସେଦିନ ସେଯୁଗେ ଦଶ ମୁଣ୍ଡ ଧାରୀ ରାବଣର ହେଲା ନାଶ
କିନ୍ତୁ ଆଜି ବି ମରତେ ମନୁଷ୍ୟ ରାବଣ ନିର୍ଭୟରେ କରେ ବାସ ।
ପୂଜା ନା ଧରି ସାହି ସାହି ଲୋକ ସାଯନ୍ତି ସ୍ଵ ପ୍ରତିଦ୍ବନ୍ଦି
କିଏ କେତେ ଆଭୂସଣେ ସଜ।ଡନ୍ତି ମା'ର ପୂଜା ବେଦି ।
ଭକତିର ସଂଜ୍ଞା ଭୁଲି ଭୁଲି ଯାଏ ଆଜିର ଗର୍ବୀ ମଣିଷ
ଧନ ଜନ ମୋହେ ଅହଙ୍କାରୀ ହୋଇ ,ସାଜେ ସେ ଅତି ନୃଶଂସ।
ଆସିଅଛ ଯଦି ମା ମହାମାୟା କର ହେ କରୁଣା ବୃଷ୍ଟି
ତୁମ ଆଶରାରେ ଉଦ୍ଧାରିତ ହେଉ ଏ ଜଗତ, ଏହି ସୃଷ୍ଟି।