Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

4  

Sukadev Mahanta

Abstract

କାମନା ମୋ ଜଗନ୍ନାଥ

କାମନା ମୋ ଜଗନ୍ନାଥ

1 min
300


ନୀଳାଦ୍ରୀ ବିହାରୀ   ଶଙ୍ଖ ଚକ୍ରଧାରୀ

   ପତିତ ପାବନ ସେ ତ

ସକଳ ଦୁଃଖର    କାରଣ କାମନା

    କାମନା ମୋ ଜଗନ୍ନାଥ |

ସବୁ ଇଚ୍ଛା ମୋର   ତୁମରି ନିକଟେ

   କରିଦେଲି ସମର୍ପଣ

ସକଳ କାମନା   ତୁମେ ମୋର ପ୍ରଭୁ

    ଥିବାଯାଏ ହୃଦେ ପ୍ରାଣ |

ନିରବେ ବସିଛ  ନୀଳାଚଳ ଧାମେ

   ଆହେ ପ୍ରଭୁ ଜଗନ୍ନାଥ

ମନ ପ୍ରାଣେ ମୋର   ନିରବତା ଭରି

    ଦିଅ ଜଗତର ନାଥ |

ସକଳ କାମନା   ଦୁଃଖ ଦେଇଥାଏ

   ଆଜି ମୁଁ ପାରିଛି ବୁଝି

ତୁମକୁ କରିବି    ଗୋଟିଏ କାମନା

   ଜୀବନର ଯୁଦ୍ଧେ ଯୁଝି |

ଗୋଟିଏ କାମନା  ତୁମେ ଜଗନ୍ନାଥ

   ଆଜି ମୁଁ ପାରୁଛି ବୁଝି

ଅପର କାମନା     ମାୟା ମରିଚିକା  

     ଆଜି ମୁଁ ପାରୁଛି ବୁଝି |

ଅଧା ଗଢା ହାତ   ଦେଖାଇ କହୁଛ

    ସର୍ବ ଜୀବ ଅସମ୍ପୂର୍ଣ୍ଣ

ତୁମଠାରେ ଲୟ   ରଖିଥାଏ ଯିଏ

   ତା ଜୀବନ ସୁଖ ପୂର୍ଣ୍ଣ |

ସକଳ ଦୁଃଖର  କାରଣ କାମନା

   ସର୍ବଜନ ସମାଦୃତ

ତୁମରି କାମନା   ଦୁଃଖ ଦିଏ ନାହିଁ

    କୃପାମୟ ଜଗନ୍ନାଥ !

ତୁମ ନାମ ପ୍ରରୁ   ଭାବୁଥିବି ମୁହିଁ

     ନିତି ଅହର୍ନିଶି ବସି

କାମନା ବିନାଶେ    ଦୁଃଖର ବିନାଶ

     ଲୋଡା ଏକା କଳା ଶଶି |

ତୁମ ପାଦ ତଳେ   ସମର୍ପଣ କଲି  

      ସକଳ କାମନା ମୋର

ତୁମ କରୁଣାର      ହାତ ରଖ ପ୍ରଭୁ

     ସଦା ମଥାପରେ ମୋର ||


Rate this content
Log in

Similar oriya poem from Abstract