STORYMIRROR

SUJATA MISHRA

Abstract

4  

SUJATA MISHRA

Abstract

ଲେଖା ହେବ ଇତିହାସ ନୂଆ

ଲେଖା ହେବ ଇତିହାସ ନୂଆ

1 min
596

ଏ ବର୍ଷ ଗତାୟୁ ହେବା ଆଗରୁ

ନେଇ ଆସିଚି

ପ୍ରାପ୍ତି ଆଉ ଅପ୍ରାପ୍ତିର

ହିସାବ ନିକାଶ

ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା

ସ୍ବପ୍ନ ସାଉଁଟି ଆଣି ଥିବା

ଅନ୍ତରଙ୍ଗ କିଛି ସୁଖ

ହଜିଲା ପାଦ ଚିହ୍ନର ଛାପ

ଝରି ଝାଉଁଳି ଯାଇଥିବା

 ମୁହୂର୍ତ୍ତର ଅନୁଭୂତି

ଲୋଟି ପଡ଼ୁଥିବା ବିଶାଳତାର

ଭଗ୍ନାଂଶ !

କେତେ ସୁଖର ସଂସାର

ଉଜୁଡ଼ି ଯାଇଛି

ଏ ବର୍ଷର କରାଳ ଛାଇରେ,

କେତେ ଦେହର ଛଟପଟ

 ଝାଡ଼ି ଝୁଡ଼ି ହୋଇ

ହସ୍ପିଟାଲ ବିଛଣାରୁ

ମିଶିଛି ମାଟିରେ,

କେତେ ମନର ଅବସୋସ ଚହଲି ଯାଇଛି ବିବଶ ରାତିର

 ଅନ୍ଧାରୀ ଛାତିରେ

ଅଙ୍କୁରିତ ହୋଇଛି ଜୀବନଟିଏ

କୁନି କୁନି ଆଖି ଡୋଳା ମେଲାଇ

ମା'ର କୋଳରେ,

ଅନାଥ ହୋଇଚି

କୋମଳ ଶିଶୁ

ସୀମାନ୍ତରେ ପ୍ରହରୀ କେହି ଆଖି

ମୁଦି ଦେଲେ ଛାତି ପାତି ଦେଇ

ଗୋଳା କମାଣ ଆଗରେ!

ଭଉଣୀ ହରେଇଛି

ଭାଇକୁ କରୋନା ଯୁଦ୍ଧରେ,

ନିସଂଗ କରିଦେଇ

ବନ୍ଧୁ କେହି ଶୋଇ ଯାଇଚି ଅବେଳରେ କୋକେଇରେ

ଏ ବର୍ଷର କ୍ୟାଲେଣ୍ଡର

କେତେ ଦେଇ କେତେ ନେଇ ଅଛି,

ସେ କଥା କହିବ ଆଜି

ଶେଷ ଦିନର ଅନ୍ତିମ ପ୍ରହର,

ସମୟର ନଦୀ ବହି ଯାଉ ଯାଉ

ପରଶେ ଅମୃତ ଫଳ

ଅବା ଉଗାଳେ ଜହର!

ଲିପା ପୋଛା ଅଗଣାରେ ବଟା ଚାଉଳର ଅଙ୍କା

ଲକ୍ଷ୍ମୀ ପାଦ ଥାପି କେବେ ଆସେ

ପୁଷ ମାସ ଆଉ

ଧାନ କ୍ଷେତ ଭରା ହରଷ,

ଆଖି ଲୁହର ଆଇନାରେ

ଚିତ୍କାର କରୁଥାଏ କାହାର

ବିମର୍ଷିତ ଭାଗ୍ୟ

କିଳିକିଳା ରଡ଼ି ଛାଡ଼େ କାହା ସର୍ବନାଶ!

ବର୍ଷ ଯାଏ ବର୍ଷ ଆସେ

ମୁହୂର୍ତ୍ତରେ ବଦଳେ ଦୁନିଆ,

ସୂର୍ଯ୍ୟାସ୍ତ ପରେ ପରେ ରାତି ଆସେ,

ପୁଣି ରାତି ପାହେ

ଲେଖା ହୁଏ ଇତିହାସ ନୂଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract