STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ଉତ୍ତରଣ

ଉତ୍ତରଣ

1 min
203

ଛାତି ତଳର ଯନ୍ତ୍ରଣା ଚିରି

ରାତି ବୁକୁର ତମସା ତଳୁ

ଫୁଟି ଆସେ ଶୁଭ ମୁହୂର୍ତ୍ତଟିଏ

ନିଜ ଭିତରକୁ ନିଜେ

ଫେରିବାର ଉଚ୍ଛ୍ୱାସ ନେଇ

ଦିବ୍ୟ ଫୁଲ ପାଖୁଡ଼ା ମେଲାଏ!

ଚେତନା ହୁଏ ଅନ୍ତର୍ମୁଖୀ

ସୁନ୍ଦର ଏକ ରହସ୍ୟଠାରେ

ଆଖି ଯାଏ ଲାଖି

ଆକୁଳ ହେଉଥାଏ

ନିଶୀଥ ସମୀର

ମଧୁର ଏ ମହକକୁ ନେବା ପାଇଁ

ନିଜ ସାଥେ ଡାକି

ସ୍ଵର୍ଗର ନନ୍ଦନ ବନେ

ଫୁଟେ ଅମୃତର ସୁଗନ୍ଧରେ ଭରା ପାରିଜାତ

ମର୍ତ୍ତ୍ୟର ବ୍ରହ୍ମକମଳ

ଦିବ୍ୟ ଶିହରଣେ ଭରପୂର

ଫୁଟି ଥାଏ ନେଇ

ପବିତ୍ର ଭାବନାର ସ୍ରୋତ

ରାତିର ଆକାଶରେ ଜହ୍ନ

ଦେଖୁ ଥାଏ ନିରେଖି ନିରେଖି

ଫୁଲ ପାଖୁଡ଼ାରେ ନିଷ୍ପାପ ଶବ୍ଦ କିଛି

କାକର ବିନ୍ଦୁ ଦିଏ ଲେଖି

ବିଭୋର ହେଉ ଥାଏ

ନିଜ ଭିତରକୁ ନିଜେ

ଫେରିବାର ବେଳ

ବ୍ରହ୍ମ କମଳର ଅନନ୍ୟ ସୁନ୍ଦରତା

ରହେ ତାର ସାକ୍ଷୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract