STORYMIRROR

SUJATA MISHRA

Abstract

4  

SUJATA MISHRA

Abstract

କଣ୍ଟକିତା ନାୟିକା

କଣ୍ଟକିତା ନାୟିକା

1 min
359

କିଛି କ୍ୟାକ୍ଟସ୍ ର

କଣ୍ଟକିତ କ୍ରୁରତାକୁ ନେଇ

ସଜେଇଛି ମାୟାବିନୀ

ବନ ସବୁଜିମା ..

ଚିତ୍ରାୟିତ ମାଟି ପସରାରେ..,

ବେଦରଦୀ ପଥରର କଠୋରତା

ନୀରବି ଯାଇଛି

ରଙ୍ଗର ନିବିଡ଼ତା ତଳେ..,

କାଇଁଚର ଉପତ୍ୟକାରେ ତୋଳିଛି ମୁଁ

ପ୍ରବାଳ ପ୍ରାଚୀର ଘେରା

ଶାମୁକାର ଘର...,

ସୀମିତ ଡେଣାରେ ଭରି

ଲୋହିତ ରଙ୍ଗର କ୍ଳାନ୍ତି ..,

ସ୍ବପ୍ନ ପୁଳାଏ ଖୋଜିବାକୁ

ଭସାଣୀ ମେଘରେ..

ପ୍ରସ୍ତୁତ ଏଠି ବନହଂସୀ ମୋର ...!

ଆସ୍ଥା ଝଲସୁଛି..

ବିଶ୍ୱାସ ଭାସୁଛି..

ସମ୍ପର୍କର ସେତୁ ଯୋଡ଼ି

ଦିବ୍ୟତାର ପ୍ଲାବନ ଭିତରେ..,

ଛାର ଏ ନିକୃଷ୍ଟ ଚିଜେ

ଭରିଛି ଜୀବନ ଆହା

ଗୀତିମୟ କଳାରେ.. କଳାରେ...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract