STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ସ୍ଵୀକାରୋକ୍ତି

ସ୍ଵୀକାରୋକ୍ତି

1 min
154

ମୁଣ୍ଡଫଟା ଖରା

ଆଖି ତରାଟି ଚାହିଁଲେ ବି

ମୋର କିଛି ଖାତିରି ନ ଥାଏ

ଡରାଇପାରେନା ମୋତେ

କିଟିକିଟି ଅନ୍ଧାରର କିଳିକିଳା ରଡ଼ି

ଜାଡ଼ୁଆ କନକନିଆ ଶୀତରେ

ମୁଁ ଭିଜୁ ଥାଏ ଟୋପା ଟୋପା କାକରରେ

ରୂପେଲୀ ଜହ୍ନରାତିର

ମଧୁର ଜୋଛନାରେ

ସ୍ନାନ କରିନିଏ ତାରାଙ୍କ ଅଗୋଚରରେ

ଗୁମ୍ ସୁମ୍ ଘୁମନ୍ତ ପ୍ରହରେ

ଯେବେ ଆସେ

ଝମାଝମ୍ ଅସରାଏ ବର୍ଷା

ମେଣ୍ଟି ଯାଏ ମୋର ଅନେକ ଯୁଗର ତୃଷ୍ଣା!

ମୁଁ ନିଦେଇ ଯାଏ

ଶୁଣି ଗାଈଆଳ ଟୋକାର

ବେସୁରା ସଂଗୀତ,

ଦୂର ଗ୍ରାମପ୍ରାନ୍ତେ ଉଡୁଥାଏ

ଦେଉଳର ନେତ

ଆଖି ଖୋଲି ଦେଖେ ସେଇ

ସୁନ୍ଦର ଚଢ଼େଇକୁ,

ଯା ଆଖିରେ ଥାଏ ଡର

ଅବା କିଛି କୌତୁହଳ

ସେ ତ ମୋତେ

ପାରେନା ଭରସି

କ୍ଷେତ ସାରା ସବୁଜ ଲହରୀ ଖେଳେ

ଅମାନିଆ ପବନରେ

ନାଚୁଥାଏ କୃଷକର ଖୁସି

ଠିଆ ମୁଁ ଯେ ଦୁର୍ଦ୍ଧଷ ସୈନିକ ପରି

ଶ୍ୟାମଳ ଏ କ୍ଷେତର ବୁକୁରେ

କେବେ ପୁଣି ସାଜେ ବି ପ୍ରତୀକ

ମଣିଷର ଅସହାୟତାର

କାଳର ଏ କରାଳ ସାଗରେ !

ଭୂତ-ଭବିଷ୍ୟତ କିଛି ଜାଣେନା ମୁଁ

ଛାର ପାଳଭୂତ ଟିଏ

ଶସ୍ଯ-ଜଗୁଆଳି ମୁଁ ଯେ

ନିଃସଙ୍ଗ ମୋ ଦୁନିଆରେ

ବତୀଖୁଣ୍ଟ ପରି

ଚୁପ୍ ଚାପ୍ ଜଳୁଥାଏ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract