STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ଝରାପତ୍ରର ମାର୍ମିକ ଭାବନା

ଝରାପତ୍ରର ମାର୍ମିକ ଭାବନା

1 min
222

କିଛି ଅନ୍ଧାରରେ ତିଆରି

ଭାଗ୍ୟ ତାର

କିଛି ଆଲୁଅରେ ଝଲସେ

ତା ଆଖିର ଡୋଳା

କିଛି ବିବର୍ଣ୍ଣ ସ୍ବପ୍ନରେ ଲଟପଟ ମନ

କିଛି ସବୁଜିମା ଭିତରେ

ହସୁଥାଏ ହୋଇ

ରକ୍ତିମ-ତାମ୍ବୁଳ ରଙ୍ଗର ପିତୁଳା

ନିଆଁରେ ଜଳୁଥାଏ

ଦୁଃଖ ତାର ହୁତ୍ ହୁତ୍ ହୋଇ

ପବନରେ ଚହଟେ

ତା ଖିଲିଖିଲି ହସର ନିଃଶ୍ବାସ

ନିଃସଙ୍ଗ ପଣ ଝରୁଥାଏ

ଘାସର ଫୁଲରେ

ନିଃଶବ୍ଦରେ

କାକର ଟୋପାର ଝୁଲା ଝୁଲୁଥାଏ

ସୁନେଲୀ ଖରାରେ

ପ୍ରଜାପତିର ଡେଣାରେ ଉଡ଼ିଯାଉ ଥାଏ

ଝରା ପତ୍ରର

କୋମଳ ବିଶ୍ୱାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract