STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ସମୟର ଏ ପାଖ ସେ ପାଖ

ସମୟର ଏ ପାଖ ସେ ପାଖ

1 min
177

ଏକ ବିଷର୍ଣ୍ଣ ଖରାବେଳ

ଘୁମେଇ ପଡ଼ିଛି ଶିମୁଳି ଶାଖାରେ,

କପୋତୀ ପରି

ବାହୁନି ବାହୁନି କାନ୍ଦି ଚାଲିଛି

ତମାମ୍ ସଂଜ ବେଳ,

ଅନାଗତ ଆଶଙ୍କାରେ ଦୋଳାୟିତ

ବର୍ଷଣ ମୁଖର ଘୁମନ୍ତ ପ୍ରହର,

କରାଳ କାଳ ରାତି ଭୋଗୁଛି

ଶେଷହୀନ ହାହା କାର...,

ଉହୁଁକି ଚାହୁଁଚି ଏକ

ବିବ୍ରତ ସକାଳ!

ଦୁର୍ଦ୍ଦିନର ଗୂଧ୍ର ଉଡ଼େ

ପ୍ରେତାୟିତ ଗହଳ ଅନ୍ଧାରେ,

ଭୟର ବାତାବରଣ

ପଥ ପ୍ରାନ୍ତେ ଜନ ପଦେ

ଗ୍ରାମେ ଗ୍ରାମେ ସହରେ ସାହରେ..!

ନିରାଶାର ଚକ୍ରବ୍ୟୁହ ଭେଦିବାକୁ

ଜଳେଇ ରଖିବା ଆମେ

ଆସ୍ଥାର... ବିଶ୍ୱାସର..

ଅଖଣ୍ଡ ଦୀପ ହୃଦୟ ମନ୍ଦିରେ..,

ତୋଳିବା ଭରସାର ବାଲିଘର

ସ୍ନେହ ଶ୍ରଦ୍ଧା

ଭଲପାଇବାର

ମଣିଷ ପଣର ମହୋଦଧି ତୀରେ..!

ରଜତ ରେଖା ତ ଥାଏ

କଳା ମେଘ ସାଥେ ସାଥେ....,

ସ୍ତୂପୀକୃତ ତମସାର ସୁଡ଼ଙ୍ଗ

ଶେଷରେ ଖୋଲିଯାଏ

ଆଲୋକର ଦ୍ଵାର,

ଅସୁମାରୀ ଆଶା ଆଉ

ଅଫୁରନ୍ତ ଶକ୍ତି ନେଇ

ଆସିବ ନୂଆ ଏକ ଋତୁର ସମ୍ଭାର..!

ଶୁଭ ଲଗ୍ନେ ଝରିଯିବ

ଅମୃତ ମୁହୂର୍ତ୍ତ ସବୁ

ପେନ୍ଥା ପେନ୍ଥା ହୋଇ,

କୁହୁକ ପରଶେ କେହି

ସବୁ ଦୁଃଖ ସବୁ ଶୋକ

ନେବ ଯେ ଗୋଟେଇ..,

ମନ ତଳେ ବିଶ୍ଵାସର ଲହଡ଼ି ଖେଳାଇ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract