STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

ବିଭୋର ହେବାର ବେଳ

ବିଭୋର ହେବାର ବେଳ

1 min
513

ନାହିଁ ନାହିଁ ର ପଥେ ପଥେ

ହଁ ଦେଖାଯାଏ ବେଳେ ବେଳେ

ମୃଗତୃଷ୍ଣା ପରି,

ସୁଖ ପଛେ ପଛେ ଦୁଃଖ ଚାଲେ

ବୁଢ଼ୀ ମାଉସୀର

ବାଡ଼ି ଠୁକୁ ଠୁକୁ କରି.!

ସାଦା ରଙ୍ଗର ଶାଢ଼ୀ ପିନ୍ଧି

ସକାଳ ଓଳେଇ ଦିଏ

ଆକାଶ ଅଗଣାର ତାରା

ଖରକି ନିଏ ମୁଁ

ମୋ ମନର

ଯେତେ ହତାଶାର ଆବର୍ଜନା,

ଅତୀତର ପ୍ରବଞ୍ଚନା,

ହଟାଏ ମୋ ନିରୀମାଖି

ଅଲୋଡ଼ା ପଣର ଈଶାରା...!

ଫଟା ମାଟିର ଆଁ ତଳୁ

ଭାଗ୍ୟ ମୋର

ତରାଟିକି ଚାହେଁ..,

ମେଘ ରାତିର

ବିଜୁଳି ଗରଜି ଆକଟେ ମୋତେ..

ଲଢ଼ିବାକୁ କହେ..!

ପୁରୁଣା ଚିଠିର ଶବ୍ଦ ଭଳି

ମୋ ସୁନେଲୀ ପିଲାଦିନ

ସ୍ମୃତି ସବୁ ଭସା ଭସା..,

ପକ୍ଷୀ ଡେଣା ଛାଇ ତଳେ

ସାଇତି ରଖିଛି

ମୋ ମଥାରେ ହାତ ରଖିଥିବା

ଆଶିର୍ବାଦର

ନୀରବି ଯାଇଥିବା ଭାଷା..,

ଆଉ ମୋର ଛୋଟ ଛୋଟ ଖୁସି,

ଛୋଟ ଛୋଟ ଆଶା!

ଥକି ତ ଯାଇନି କେବେ

ସମୟର ଘଡିସନ୍ଧି ମୁହୂର୍ତ୍ତରେ..

ଭଲ ପାଇବାର

ବନ୍ଧୁତାର

ମିତ୍ରତାର ଫୁଲ ସାଉଁଟି ନେଇଛି

ମୋ ହୃଦୟରେ..

ପଛରେ ଛାଡ଼ି ଆସିଛି

ଅଦରକାରୀ ଅଂଶକୁ

ମୋ ଜୀବନର..

ଆଉ ନାହିଁ ଆଖିର ଦିଗନ୍ତେ

ସେ ବେଦନା,ସେହି ହା ହା କାର..,

ଏବେ ତ ଚନ୍ଦ୍ର ଉଇଁବାର ବେଳ..

ଫୁଲ ହୋଇ

ଫୁଟିବାର ବେଳ..

ସିନ୍ଦୂରା ଫାଟିଲାଣି,ହେଇ ଦେଖ..

ଆସିଲାଣି କୋମଳ ଖରାର

ସୁନା ରଙ୍ଗୀ ସୁନ୍ଦର ସକାଳ..!

ଏବେ ତ ଭଲ ପାଇବାରେ

ବିଭୋର ହେବାର ବେଳ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract