STORYMIRROR

SUJATA MISHRA

Fantasy

4  

SUJATA MISHRA

Fantasy

ରୁମ୍ ଝୁମ୍ ସ୍ଵପ୍ନ

ରୁମ୍ ଝୁମ୍ ସ୍ଵପ୍ନ

1 min
425

ଝୁଲିଛି ନିଆଁ ରଙ୍ଗର ପୁଳାଏ

ଆବେଗ ରୁମ୍ ଝୁମ୍ ହୋଇ..

ମହୁର ନୈବେଦ୍ୟ ସଜାଡ଼ି

ମଧୁପକୁ ରହିଛି ଅନେଇ..,

ସ୍ବପ୍ନକୁ ଝୁଲେଇଛି ଦୋଳି କରି

ଚେନାଏ ଖରାରେ..

ମିଠା ମିଠା କବିତା ଲେଖିଛି

କମନୀୟ ଗୋଲାପ ଏ

ଆଦ୍ୟ ଆଷାଢ଼ର ସବୁଜ

ଶିହରଣ ମେଳେ...

ହୃଦୟର ଦ୍ଵାର ଖୋଲି

ଦେଉଅଛି ଆଞ୍ଜୁଳାଏ

ଉଚ୍ଛ୍ୱସିତ ହସ,

ଜୀବନ କ୍ଷଣଭଙ୍ଗୁର

ବୁଦ୍ ବୁଦ୍ ସମ ଆୟୁଷ ତାହାର

ସେଥିପାଇଁ

ନାହିଁ ଅବସୋସ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy