STORYMIRROR

Debashis Pati

Abstract

4  

Debashis Pati

Abstract

ସ୍ମୃତି ଅଦିନର

ସ୍ମୃତି ଅଦିନର

1 min
367

ଆଜି ବି ମନେପଡେ

ସେଦିନ ର ସେଇ ବେଦରଦୀ ସଂଜ

ମିଂଜି ମିଂଜି ଅନ୍ଧାର ରେ

ଅପଲକ ଦୀପ ପରି ଦୁଇ ଆଖି

ସଳିତାଏ ଜହ୍ନ ର ମୁହଁ

ଅମାନିଆ ଲୁହ ପୁଣି

ଜମାଟ ବାନ୍ଧିଥିବା ମହଣେ କୋହ

ଅସହାୟ ଦୁଇଟି ହୃଦୟ..!

ଅନ୍ଧାରେ ଲିଭିଗଲା

ମନ ତଳ ଅସୁମାରୀ ଆଶା

ଶିଖା ପରି ଜଳୁଥିଲା ନିରୀହ ସାହସ

ଯେତିକି ଆଲୁଅ ସେତିକି ଲୁହ

ବେଦନା ଯେତିକି,ସେତିକି କୋହ,

କାହାଣୀ ଟିଏ ସେତ କବିତା ର ନୁହଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract