Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4.0  

kahnu charan sahu

Abstract

ପ୍ରେମିକା

ପ୍ରେମିକା

1 min
283


 


ଯେବେଠୁ ଆସିଲ ଜୀବନରେ ତୁମେ

ସଜେଇଛି ରାଣୀ ମୋର

ସବୁଦିନ ପାଇଁ ଥିବ ସାଥି ହେଇ

ମୋ ଛୋଟିଆ ହୃଦୟର ।


ଧରିବନି ଜମା ଆଗୋ ପ୍ରିୟତମା

ରାଗ ରୁଷା ଆଭିମାନ

ତୁମେ ମୋର ସଞ୍ଜ ତୁମେ ମୋ ସକାଳ

ତୁମେ ମୋ ଫୁଲେଇ ଜହ୍ନ ।


ତୁମ ଦୁଇଆଖି ଦେଲେ ଟିକେ ଦେଖି

ଭୁଲିଯାଏ ଦୁଃଖ ଯେତେ

ତୁମେ ହିଁ ଜାଣିଛ ମୋ ଭଲ ପାଇବା

ତୁମ ପାଇଁ ଅଛି କେତେ ।


କାନ ମୋଡ଼ି ମୋର ବତେଇବ ପ୍ରିୟେ

ଯାହା କିଛି ଭୁଲ କରେ

ତୁମେ ନ ବୁଝିଲେ ଆଉ କେ ବୁଝିବ

ତୁମେ ହିଁ ମୋ ସ୍ପନ୍ଦନରେ ।


ତୁମ ଓଠ କଥା ଲାଗେଭାରି ମିଠା

ନ ଶୁଣି ମନ ବୁଝେନି

ରାଗିଲେ ତୁମେ ଭାରି ସୁନ୍ଦରୀ ଲାଗ

ଭୁଲ କେବେ ବୁଝିବନି ।


ରହିଥାଉ ଆମ ସୁନ୍ଦର ସମ୍ପର୍କ

ଜୀବନ ସରିବା ଯାଏଁ

ସରଗ ପରିକା ତୁମେ ମୋ ପ୍ରେମିକା

ଖୁବ୍ ଭଲ ମୁହିଁ ପାଏ।।


Rate this content
Log in

Similar oriya poem from Abstract