Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଏତିକି ମାଗୁଣି ମୋର

ଏତିକି ମାଗୁଣି ମୋର

1 min
331



ହାତ ଟେକି ଦେଇ ମାଗୁଣି କରୁଛି

ପ୍ରଣମୁଛି ତୋ ପୟରେ

ରଖିଲେ ରଖିବୁ ନ ରଖିଲେ ନାହିଁ

ଛାଡିଦେଲି ତୋ ଉପରେ I

ସବୁ ତ୍ୟାଗକରି ଶରଣ ନେଉଛି

ମାଗୁଛି କରୁଣା ତୋର

ତୋ ଭିନ୍ନ ଯେପରି ଆଉ କାହା ଆଗେ

ନଇଁବନି ମୋର ଶିର I

ଅବଢା ଅନ୍ନରେ ପୁରାଇବୁ ପେଟ

ଟଙ୍କ ତୋରାଣିରେ ଶୋଷ

ତୋ ଚକା ନୟନ ଦର୍ଶନରେ ମୋର

ପୂର୍ଣ୍ଣ ହେବ ଅଭିଳାଷ I

ତୋ ବଡ ଦାଣ୍ଡରେ ଦେଖୁଥିବି ସଦା

ପତିତ ପାବନ ନେତ

ତୋ ଶ୍ରୀକ୍ଷେତ୍ର ମାଟି ମସ୍ତକରେ ବୋଳି

ମନ କରୁଥିବି ତୃପ୍ତ I

ମହୋଦଧି ସ୍ନାନ କରୁଥିବି ସଦା

ତୋ ନାମକୁ ମନେ ସ୍ମରି

ତୋ ଗୁଣ କୀର୍ତ୍ତନ ଶୁଣୁଥିବ କର୍ଣ୍ଣ

ଗାଉଥିବି ହରି ହରି I

ଏତିକି ସୁଦୟା କରିବୁ ମୋ ପ୍ରତି

ରଖିବୁ ମୋତେ ତୋ କ୍ଷେତ୍ରେ

ଜୀବନ ସାର୍ଥକ ହେବ ମୋର ତୋତେ

ଦେଖୁଥିଲେ ଚର୍ମନେତ୍ରେ I

    


Rate this content
Log in

Similar oriya poem from Abstract