STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ସାଇତା ସୁଖ

ସାଇତା ସୁଖ

1 min
378

ଯତନେ ସାଇତି ରଖିଛି

ଛୋଟ ଛୋଟ ସୁଖ ମାନଙ୍କୁ

ପ୍ରଭାତୀ ଅରୁଣ କିରଣ ଭଳି

ଆଦରରେ ଗୁପତେ ସମ୍ଭାଳି

ଶୁଣିବାକୁ ମଧୁର କାକଳି। 


ସେଇ ଉଲ୍ଲାସର ଉଷ୍ମତାକୁ

ଜାକି ଧରିଛି ମୋ ଛାତି ଭିତରେ

ଅତିକ୍ରମ କରିଯିବା ପାଇଁ

ହିମାବୃତ ଦୁଃଖର ଶିଖରୀ

କୋହ ସବୁ ସମ୍ବରଣ କରି। 


ସାଇତି ରଖିଛି ହୃଦେ

ସେଇ ମଧ୍ୟାହ୍ନର ତପ୍ତ ଶିହରଣ

ଆସିବାର ଅଛି ଯେ ଆଗକୁ

କୃଷ୍ଣରଙ୍ଗର ଓଦା ଉଦାସପଣ

ଥାଉ ବା ନଥାଉ ତାର ଆସିବା କାରଣ। 


ଆଖିରେ ରଖିଛି ଧରି

ଆଲୋକକୁ ଅଞ୍ଜନ କରି

ଖଦ୍ୟୋତଟେ ସାଜେ ଅନାୟାସେ

ରାତି ଯେବେ ତା ଇଛାରେ ଆସେ

ମୁଁ ନିଜ ପଥ ବାଛି ନେବା ଆଶେ। 


କିଏ କହେ ଭାଗ୍ୟ ତାକୁ

କିଏ କହେ କର୍ମର ଅର୍ଜିତ

ମୁଁ କିନ୍ତୁ କହେ ସୁଖ ଭାବନା ଆବୃତ

ସେ ନୁହେଁ ଆମୋଦରେ ଭରା ଅପ୍ରମିତ

ସୁଖ ସିନା ସନ୍ତୋଷର ଅନ୍ୟ ଏକ ଅର୍ଥ। 


ସାଇତି ରଖିଛି ସେଇ

ସନ୍ତୋଷକୁ ଯତନେ ଆଦରି

ଉଦବିଗ୍ନ ନ ହେବା ପାଇଁ

ଅକାରଣ ଆଶାର ଅନ୍ଧାରେ

ନ ହଜେ ମୁଁ ପ୍ରାପ୍ତି ଅପ୍ରାପ୍ତିର ଅମଡ଼ା ବାଟରେ। 


ସୁଖ ଏକ କ୍ଷୁଦ୍ର ହୀରା ଖଣ୍ଡେ

ଦୁଃଖ ବହୁ ଅବୁଝା ଶୃଙ୍ଖଳ

ସେ ବନ୍ଧନୁ ହେବାପାଇଁ ମୁକ୍ତ

ଲୋଡାପଡ଼େ ଧାରେ ତା ମୟୁଖ

ଜୀବନ ସଂଗ୍ରାମେ ସେ ଏକାନ୍ତ ରକ୍ଷକ। 


ସାଉଁଟା ସେ ସୁଖର ମୋତିକୁ

ସ୍ମୃତିର ମୋ ରୁଦ୍ଧ ପାଠାଗାରେ

ସାଇତିଛି ହସିବାକୁ ଘୋର ବିଷାଦରେ

ସୌରଶକ୍ତି ସାଇତିଲା ପରି

ରଖିଛି ଜାଳିବି ବୋଲି ଆସନ୍ତା ରାତିରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract