STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଶୀତ ରାତି

ଶୀତ ରାତି

1 min
301

ଶେଜ ଠାରୁ ଦୂରେଇ ଯାଏ ଜୀବନ 

ରାତିଟିଏ ପାହିଯିବା ପରେ

ଆଉ ଟିକେ ଶୋଇ ଯିବାକୁ ଇଚ୍ଛା ହୁଏ

ଖରାର ନିଦ ଭାଙ୍ଗିବା ପରେ। 


ରାତି ବି ଛୋଟ ଲାଗେ ଭାରି 

ଆଉ ଇଚ୍ଛା ହୁଏ ସଅଳ ନ ପାହୁ

ଦିନ କିନ୍ତୁ ହାର ମାନେ କୁହୁଡ଼ି ପାଖରେ 

ଶୀତ ରାତି ସରିଯିବା ପରେ। 


ଗତ ରାତିର ବଳକା ନିଦ ସବୁ ଯେତେ 

ଜୋର କରି ପଡ଼ନ୍ତି ଗଳାରେ,

ଅକାରଣେ ସ୍ୱପ୍ନ ସବୁ ଉପରେ ପଡ଼ନ୍ତି 

ଶୀତ ରାତି ସରିଯିବା ପରେ। 


ଫୁଲ ବି ଟିକେ ଘୁମେଇ ଯାଏ 

ଦିନ ପୁରା ଫୁର୍ତ୍ତି ହେଲା ପର୍ଯ୍ୟନ୍ତ

କାକରର ହିମ ସ୍ପର୍ଶେ ସେକି ହୁଏ ଘାସ 

ଶୀତ ରାତି ସରିଯିବା ପରେ। 


ପୁରୁଣା ପ୍ରତିଜ୍ଞା କିଛି ଆତ୍ମହତ୍ୟା କରେ 

ମୁଦା ଆଖି ଫିଟିଯିବା ପରେ,

ହିମାବୃତ ଆଶା କିଛି ମଥା ଟେକି ଚାହେଁ 

ଶୀତ ରାତି ସରିଯିବା ପରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract